ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ଆଲବମ୍‌ ଅଭିନେତ୍ରୀ ସେଲଫି ବେବୋ ସିମରନ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ମୃତ୍ୟୁର ଦୁଇ ଦିନ ପରେ ଶନିବାର ପ୍ରକାଶ ପାଇଥିବା ରିପୋର୍ଟରେ ସିମ୍‌ରନ ସିଂଙ୍କ ମୃତ୍ୟୁ ପଥରମାଡ଼ ଯୋଗୁଁ ହୋଇଛି। ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ରିପୋର୍ଟରେ କୁହାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଝାରସୁଗୁଡ଼ା ପୁଲିସକୁ ହସ୍ତାନ୍ତର କରାଯିବା ବୋଲି ବୁର୍ଲା ଆଇଆଇସି ସୂଚନା ଦେଇଛନ୍ତି।

Advertisment

publive-image

ସୂଚନାଯୋଗ୍ୟ ସମ୍ବଲପୁରୀ ଆଲବମ୍‌ର ଅନ୍ୟତମ ସଫଳ ଅଭିନେତ୍ରୀ ସିମରନ୍‌ଙ୍କ ମୃତଦେହକୁ ଗୁରୁବାର ପୁଲିସ ଜବତ କରିଥିଲା।  ସିମରନ୍‌ ସିଂ ମୃତ୍ୟୁ ମାମଲାରେ ତାଙ୍କର ସ୍ୱାମୀ ଧ୍ରୁବରାଜ୍‌ ସୁନା ଓରଫ୍‌ ଯୁଗଙ୍କୁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ପୁଲିସ୍‌ ଗିରିଫ କରିଛି। ପୋକ୍ସୋ ଆଇନ ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ଶୁକ୍ରବାର ବେଲପଡ଼ା ପୁଲିସ୍‌ ଆଗରେ ଧ୍ରୁବ ସ୍ୱୀକାର କରିଥିଲେ ଯେ ସେ ସିମ୍ରନ୍‌ଙ୍କୁ ବାହା ହୋଇଥିଲେ। ଗୁରୁବାର ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମ୍ରନ୍‌ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯେଉଁ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିଲା, ତା’ର ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।