ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରର ଜଣେ ବିଚାରାଧୀନ ଅନ୍ତେବାସୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଭକଚାନ୍ଦ ମାଝୀ(୬୦) ଏବଂ ସେ ଟିଟିଲାଗଡ଼ ତୁର୍ଲାର ବାସିନ୍ଦା ବୋଲି ସୂଚନା ମିଳିଛି।
ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭକଚାନ୍ଦ ଗତ ୧୧ ତାରିଖରେ ବୟସାଧିକ ରୋଗ କାରଣରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ୨୨ ତାରିଖ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଆସିଥିଲେ। ତାଙ୍କୁ ତରଳ ଖାଦ୍ୟ ଦିଆଯାଉଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭକଚାନ୍ଦ ଟିଟିଲାଗଡ଼ ପାଓମେକ୍ସ କାରଖାନାର ମ୍ୟାନେଜରଙ୍କ ପୋଡ଼ି ଘଟଣାର ଅଭିଯୁକ୍ତ ଥିଲେ ବୋଲି ଜେଲ ସୂତ୍ରରୁ ସୂଚନା ମିଳିଛି।