କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡା ବ୍ଲକ ତିଳେଇମାଲ ଗ୍ରାମପଂଚାୟତ ଅନ୍ତର୍ଗତ କାପୁଟିକରା ଗ୍ରାମରେ ଗତ ଦୁଇ ବର୍ଷ ହେବ ପାଇପ କାମ କରାଯାଇଥିଲା। ଏହି କାମରେ ନିତ୍ୟାନନ୍ଦ ରାଉତ ନାମକ ଜଣେ ବ୍ୟକ୍ତି କାମ କରିଥିଲେ। ହେଲେ କାମର ପାଉଣା ବ୍ୟକ୍ତି ଜଣକ ପାଇନଥିବା ଅଭିଯୋଗ ହୋଇଛି। ମୁଣ୍ଡର ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରିଥିବା ଶ୍ରମିକ ଜଣକ ଆଜି କୁଚିଣ୍ଡା ସଦର ମହକୁମାଠାରେ ରହିଥିବା କାର୍ଯ୍ୟାଳୟ ସମ୍ମୁଖରେ ପତ୍ନୀ ଓ ଛୋଟ ଶିଶୁକୁ ନେଇ ଧାରଣାରେ ବସିଥିବା ଜଣାପଡିଛି।
ଜାଣିବାକୁ ମିଳିଛି ଯେ ସୁବର୍ଣ୍ଣପାଲି ଅଂଚଳର ଠିକାଦାର କାମ କରାଇ ଶ୍ରମିକଙ୍କୁ ପାରିଶ୍ରମିକ ଦେଇନଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡ଼ିଓ ପ୍ରକାଶ କରିଛନ୍ତି। ଏହି କାମର ଅଧିକାରୀ କୁଚିଣ୍ଡା ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ କେଦାର ମାଝୀଙ୍କଠାରୁ ଏକ ସପ୍ତାହ ମଧ୍ୟରେ ଟଙ୍କା ପାଇବାର ପ୍ରତିଶ୍ରୁତି ପରେ ଧାରଣାରେ ବସିଥିବା ଦମ୍ପତି ଘରକୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/01/untitlednv-2025-09-01-20-20-26.jpg)