ବୁର୍ଲା: ବୁର୍ଲା ଭିମସାର୍ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଜଣେ ମହିଳାଙ୍କ ପେଟରେ ଥିବା ଏକ ବଡ଼ ଟ୍ୟୁମର (ଯାହାର ଆକାର ପ୍ରାୟ ୯ ମାସ ପ୍ରସବ ଶିଶୁ ସଦୃଶ) ତାକୁ ସଫଳ ଭାବରେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ବନ୍ଧକାନି ଅଞ୍ଚଳର ସ୍ବର୍ଗତ ମାୟାଧର ଦେହୁରୀଙ୍କ ପତ୍ନୀ କୁମା ଦେହୁରୀ (୪୬)ଙ୍କ ପେଟରେ କିଛିଦିନ ହେଲା ଯନ୍ତ୍ରଣା ହେଉଥିଲା। ସେ ଭିମସାର୍ ଆସି ଡ. ବେଣୁଧର ପାଣ୍ଡେଙ୍କ ସହ ପରାମର୍ଶ କରିଥିଲେ। ବିଭିନ୍ନ ପରୀକ୍ଷା ପରେ ଡ. ପାଣ୍ଡେ ତାଙ୍କ ପେଟରେ ଏକ ବଡ଼ ଟ୍ୟୁମର ରହିଛି ଏବଂ ଅସ୍ତ୍ରୋପଚାର ଦ୍ଵାରା ଏହା ଠିକ ହୋଇଯିବ ବୋଲି ପରାମର୍ଶ ଦେଇଥିଲେ। ଏହି ରୋଗକୁ ଡାକ୍ତରୀ ଭାଷାରେ ଏକାଧିକ ବ୍ରଡ୍ ଲିଗାମେଣ୍ଟ୍ ଫାଇବ୍ରଏଡ୍ ବୋଲି କୁହାଯାଇଥାଏ।

Advertisment

ଡ. ପାଣ୍ଡେଙ୍କ ସହ ଡ଼ା. ଶୁଭକାନ୍ତ ମହାନ୍ତି , ଡ଼ା. ଶୁଭଲକ୍ଷ୍ମୀ, ଡ଼ା . ଅମ୍ବିକା , ଡ଼ା. ଶ୍ଵେତାଙ୍କ ସହିତ ନିସ୍ତେଜକ ବିଭାଗର ଡ଼ା. ମଳୟ ପଟେଲ ଓ ଟିମଙ୍କ ସହିତ ନର୍ସ କରୁଣା ଓ ସୁଜାତାଙ୍କ ସହଯୋଗରେ ଦୀର୍ଘ ୩ ଘଣ୍ଟା ସମୟ ଅସ୍ତ୍ରୋପଚାର କରି କୁମାଙ୍କ ପେଟରୁ ଉକ୍ତ ଟ୍ୟୁମରକୁ ବାହାର କରିଥିଲେ। ଅସ୍ତ୍ରୋପଚାର ପରେ କୂମାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡ. ପାଣ୍ଡେ ସୂଚନା ଦେଇଛନ୍ତି।