ବୁର୍ଲା: ବୁର୍ଲା ସହରକୁ ଅବକାରୀ ବିଭାଗର ପାଦ ପଡ଼ୁନି। ଏଭଳିସ୍ଥିତିରେ ବୁର୍ଲା ସହରର ରାସ୍ତା କଡ଼ରେ ଦେଶୀ ମଦ ପାଉଚ ଗଡ଼ୁଛି। ଲୋକେ ପୁଲିସ୍କୁ କଟାକ୍ଷ କରିବାକୁ ମଧ୍ୟ ପଛାଇଲେ ନାହିଁ। ବୁଧବାର ବୁର୍ଲାସ୍ଥିତ ପିଏମ୍ ହାଉସରୁ କିର୍ବା ଛକକୁ ଯାଇଥିବା ରାସ୍ତାରେ ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ପାଉଚ୍ ପଡିଥିବା ଦେଖାଯାଇଥିଲା। ଜଣେ ସ୍ଥାନୀୟ କୁଚିଆ ମଦ ବେପାରୀ ସାଇକଲରେ ମଦ ପାଉଚ୍ ଚୋରା ଚଲାଣ କରୁଥିବା ବେଳେ ସାଇକଲରୁ ତାଙ୍କ ଅଜାଣତରେ ବସ୍ତାଟି ପଡ଼ିଯାଇଥିଲା ଓ ସେ ଜାଣି ନପାରି ଆଗକୁ ଚାଲି ଯାଇଥିଲେ। ଫଳରେ ପାଖରେ କାମ କରୁଥିବା ଜଣେ ଶ୍ରମିକ ଗୋଟାଇ ନେଇଥିଲେ। ପରେ ସଂପୃକ୍ତ ମଦ ବେପାରୀ ଜଣକ ଫେରି ଶ୍ରମିକଙ୍କୁ ନାଲି ଆଖି ଦେଖାଇ ମଦ ପାଉଚ୍ ନେଇ ଫେରାର୍ ମାରିଥିଲେ।
ରାସ୍ତାରେ ପଡ଼ିଛି ମଦ ଭର୍ତ୍ତି ପାଉଚ୍
/sambad/media/post_attachments/wp-content/uploads/2018/05/sbp31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)