ବ୍ୟାଙ୍କ ମ୍ୟାନେଜରଙ୍କୁ ବାନ୍ଧି ପିଟିଲେ, କର୍ମଚାରୀ-ଗ୍ରାହକଙ୍କୁ କୋଠରୀରେ ପୂରାଇ ଲୁଟିଲେ ୧୧ ଲକ୍ଷ

ସମ୍ବଲପୁର: ବ୍ୟାଙ୍କ ମ୍ୟାନେଜରଙ୍କୁ ବାନ୍ଧି ପିଟିଲେ। ବ୍ୟାଙ୍କର ଫିଲଡ୍‌ ଅଫିସର, ପିଅନ୍‌ ଓ ୨ଜଣ ଗ୍ରାହକଙ୍କୁ ଗୋଟିଏ କୋଠରୀରେ ପୂରାଇ ଶୁକ୍ରବାର ଅପରାହ୍ନରେ ଦୁର୍ବୃତ୍ତମାନେ ୧୦ ଲକ୍ଷ ୯୩ ହଜାର ୫୦୦ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ସମ୍ବଲପୁର ଜିଲ୍ଲାର ଜମନକିରାସ୍ଥିତ ଆନ୍ଧ୍ରା ବ୍ୟାଙ୍କରେ ଆଜି ଅପରାହ୍ନ ୩ଟା ୧୫ରେ ୩ଜଣ ଦୁର୍ବୃତ୍ତ ଏହି କାଣ୍ଡ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ସମୟରେ ବ୍ୟାଙ୍କରେ ଶାଖା ପ୍ରବନ୍ଧକ ସୁଶାନ୍ତ ଶେଖର ସାମନ୍ତ, ଫିଲ୍ଡ ଅଫିସର, ଜଣେ ପିଅନ ଓ ୨ଜଣ ଗ୍ରାହକ ଥିଲେ। ଏହି ସମୟରେ ଏକ ପଲସରରେ ୩ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନେ କିଛି ଭାବିବା ଆଗରୁ ପୂର୍ବ ଯୋଜନା ଅନୁସାରେ ଜଣେ ଦୁର୍ବୃତ୍ତ ସୁଶାନ୍ତଙ୍କ ମୁଣ୍ଡରେ ପିସ୍ତଲ ରଖିଥିଲେ ସେହିପରି କ୍ୟାସିୟର ଛୁଟିରେ ଥିବାରୁ ତାଙ୍କ ଦାୟିତ୍ୱରେ ଥିବା ଫିଲ୍ଡ ଅଫିସର, ପିଅନ ଓ ୨ ଜଣ ଗ୍ରାହକଙ୍କୁ ଗୋଟିଏ ରୁମ୍‌ରେ ପୂରାଇ ଲୁଟେରାମାନେ କ୍ୟାସ କାଉଣ୍ଟରରୁ ୧୦ ଲକ୍ଷ ୯୩ ହଜାର ୫୦୦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଲୁଟ ସଂପର୍କରେ ସୂଚନା ମିଳିବା ପରେ ଜମନକିରା ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର