ବର୍ତ୍ତମାନ ଖୋଲିବ ନାହିଁ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର:  ଭକ୍ତଙ୍କ ପାଇଁ ଏବେ ଖୋଲିବ ନାହିଁ ମାଆ ସମଲେଶ୍ୱରୀଙ୍କ ମନ୍ଦିର । ବିଭିନ୍ନ ମନ୍ଦିର ଓ ଦେବପୀଠ ଖୋଲିବା ନେଇ  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ତର୍ଜମା ବୈଠକରେ ଏହି  ନିଷ୍ପତ୍ତି ନିଆଯାଇଛି  । ଏହି ବୈଠକରେ ଉପସ୍ଥିତ ସମ୍ବଲପୁର ଜିଲ୍ଲାର ପ୍ରମୁଖ ପୀଠ ମା’ ସମଲେଶ୍ବରୀଙ୍କ ପୂଜକ ଓ ଅନ୍ୟ ମନ୍ଦିରର ପୂଜକ-ପରିଚାଳକ ମତ ଦେଇଥିଲେ ଯେ ବର୍ତ୍ତମାନ ମନ୍ଦିର ଖୋଲିଲେ କରୋନା ବଢ଼ିବା ଆଶଙ୍କା ଅଧିକ।  ଯଦି ବର୍ତମାନ ସମୟରେ ମନ୍ଦିର ଖୋଲିବ ସଂକ୍ରମଣ ବିପୁଳ ମାତ୍ରାରେ ବଢିବ । ଆଗକୁ ଦୁର୍ଗାପୂଜା ଓ କାର୍ତିକ ମାସ ଯୋଗୁଁ ଭକ୍ତଙ୍କ ସମାଗମ  ବଢିପାରେ ।

ସମଲେଶ୍ୱରୀ ମନ୍ଦିର ମଧ୍ୟ ଏବେ ଖୋଲିବା ସମ୍ଭବ ନୁହେଁ । ମନ୍ଦିର ନ ଖୋଲିବାକୁ ବୈଠକରେ ମତ ଦେଇଥିଲା ମନ୍ଦିର ଟ୍ରଷ୍ଟ ବୋର୍ଡ । ତେବେ କେବଳ ସମଲେଶ୍ୱରୀ ମନ୍ଦିର ନୁହେଁ ବରଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବର୍ତମାନ ସମୟରେ ନଖୋଲିବାକୁ ଅନେକ ସେବାୟତ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେବାୟତଙ୍କ କହିବା ଅନୁସାରେ, ବର୍ତମାନ ସମୟରେ ମନ୍ଦିର ଖୋଲି ଦେଲେ ସଂକ୍ରମଣ ବ୍ୟାପିବ ଓ ସେବାୟତ ସଂକ୍ରମିତ ହେବେ ।

ସମ୍ବନ୍ଧିତ ଖବର