ସମ୍ବଲପୁର : ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ଆଞ୍ଚଳିକ କାର୍ଯ୍ୟାଳୟଳ ପୋଡି ଘଟଣାରେ ଶୁକ୍ରବାର କ୍ଷୟକ୍ଷତିର ଆକଳନ କରାଯାଇଛି। ଶିକ୍ଷା ପରିଷଦ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଶୁକ୍ରବାର ଅଫିସ ମାଧ୍ୟରେ କ୍ଷୟକ୍ଷତିର ଆକଳନ କରାଯାଇଥିଲା। ଧନୁପାଲି ପୁଲିସର ତଦନ୍ତକାରୀ ଅଧିକାରୀ ଏସ.ଧାରୁଆଙ୍କ ଉପସ୍ଥିତିରେ ସମସ୍ତ କ୍ଷତି ହୋଇଥିବା ଜିନିଷର ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହା ପରେ ପୁଲିସ ସିଜର ଲିଷ୍ଟ ପ୍ରସ୍ତୁତ କରି ଆଞ୍ଚଳିକ କାର୍ଯ୍ୟାଳୟ ନିକଟରେ ସମସ୍ତ ଜିନିଷ ଜିମା ଦେଇଥିଲା। ତେବେ କୁଲର, ଟେବୁଲ, ଚଉକି, ଆକ୍ବାଗାର୍ଡ, ଟେବୁଲ ଗ୍ଲାସ, ୱାଟର ପମ୍ପ ଆଦି ମୋଟ ୫୩ ପ୍ରକାର ଜିନିଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହାର ବଜାର ମୂଲ୍ୟ ଅନୁମାନିକ ଭାବେ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏହି ପ୍ରାଥମିକ ଆକଳନ ରିପୋର୍ଟକୁ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ମୁଖ୍ୟ କାର୍ଯ୍ୟାଳୟରେ ଏହି ରିପୋର୍ଟକୁ ଅନୁଧ୍ୟାନ କରାଯିବା ପରେ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ ପାଇଁ ଏକ ୩ ଜଣିଆ ଦଳ ସମ୍ବଲପୁର ଆସିବେ ବୋଲି ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।
ବୋର୍ଡ ଅଫିସ ପୋଡ଼ି ଘଟଣା : ୪ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ
/sambad/media/post_attachments/wp-content/uploads/2018/12/sss-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)