ସମ୍ବଲପୁର: ଚିପିଲିମା ପାଓ୍ଵାର୍‌ ଚାନେଲ୍‌ରୁ ଶବ ଉଦ୍ଧାର; ହତ୍ୟା ସନ୍ଦେହ

ସମ୍ବଲପୁର: ରବିବାର ସକାଳେ ଚିପିଲିମା ପାଓ୍ଵାର୍‌ ଚାନେଲ୍‌ରୁ ଜଣେ ଅପରିଚିତ ବ୍ୟକ୍ତିଙ୍କର ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କର ଆନୁମାନିକ ବୟସ ୬୦ ହେବ। ତାଙ୍କ କାନରେ ଆଘତ ହୋଇ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଛି। ସମ୍ଭବତଃ ୫/୬ ଦିନ ତଳୁ ତାଙ୍କୁ ତହ୍ୟା କରାଯାଇ ପାଓ୍ଵାର୍‌ ଚାନେଲ୍‌ରେ ଫିଙ୍ଗି ଦିଆଯାଇଛି।

ଚିପିଲିମା ଫାଣ୍ଡି ପୁଲିସ ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ନନ୍ଦଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଛି।
ଉଲ୍ଲେଖ ଯୋଗ୍ୟ, ଗତ ୯ ତାରିଖରେ ଏଠାରୁ ଦୁଇ ଜଣ ନବଜାତକଙ୍କ ଶବ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର