ସମ୍ବଲପୁର: ଆଜିର ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ପିଲା ଓ ଯୁବକମାନଙ୍କ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ, ଏକ୍ସ, ହ୍ବାଟସପ ଓ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଏବେ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ନିଜନିଜର ମତ ଓ ସମସ୍ୟା ମଧ୍ୟ ପୋଷ୍ଟ କରୁଛନ୍ତି । ତେବେ ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଞ୍ଚଳର ଭାଲୁପାଲିର ସଦାନନ୍ଦ ବର୍ଦ୍ଧନ (୩୦) ଇନଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରିବା ମହଙ୍ଗା ପଡ଼ିଛି ।
ସୂଚନା ଅନୁସାରେ, ସଦାନନ୍ଦ କିଛିଦିନ ତଳେ ଇନଷ୍ଟାଗ୍ରାମରେ ରାସ୍ତା ଖରାପ ଥିବାରୁ ତାହାର ସମସ୍ୟାକୁ ନେଇ ଅଶ୍ଳିଳ ଭାଷାରେ ଭିଡିଓ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ସେ ଭିଡିଓରେ ରାସ୍ତାର ଅବସ୍ଥା ନେଇ ଅଶ୍ଳିଳ ଭାଷାର ଗାଲିଗୁଲଜ କରିଥିଲେ । ଏନେଇ ଜଣେ ମହିଳା ସମ୍ବଲପୁର ଏସପି ଅଫିସରେ ପ୍ରଥମେ ଅଭିଯୋଗ କରିଥିଲେ । ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସାଇବର ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ସଦାନନ୍ଦଙ୍କୁ ଗିରଫ କରିଥିଲା । ଏନେଇ ଶୁକ୍ରବାର ସମ୍ଵଲପୁର ଅତିରିକ୍ତ ଏସପି ଅଜୟ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛିନ୍ତି ।
/filters:format(webp)/sambad/media/media_files/2025/10/17/police-arrested-for-derogatory-video-2025-10-17-22-52-14.jpeg)
ପରେ ସଦାନନ୍ଦ ବ୍ୟବହାର କରୁଥିବା ଗୋଟିଏ ମାରୁତି ସୁଜକି କାର (ଓଡ଼ି ୧୫ ଏ ୪୩୧୨), ଗୋଟିଏ ଏମଆଇ ମୋବାଇଲ ଫୋନ୍ ଓ ଗୋଟିଏ ଆଇ ଫୋନ୍ ଜବତ କରିଛି। ତେବେ ଜବତ ହୋଇଥିବା ଦୁଇଟି ମୋବାଇଲ ଫୋନରୁ ୩ରୁ ୫ଟି ଅଶ୍ଳିଳ ଭାଷାର ଭିଡ଼ିଓ ଥିବା କହିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ। ଏହି ଅଭିଯୋଗ ଆସିବା ପରେ ଏସପି କହିଛନ୍ତି ସୋସିଆଲ ମିଡିଆରେ ଏଭଳି ଅପଶବ୍ଦ ବ୍ୟବହାରକାରୀଙ୍କୁ ନଜର ରଖିବା ପାଇଁ ସାଇବର ପୁଲିସ ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି।
ହ୍ବାଟସପ ଗ୍ରୁପ, ଫେସବୁକ ଗ୍ରୁପ, ଇନଷ୍ଟାଗ୍ରାମ, ଏକ୍ସ ଓ ୟୁଟ୍ୟୁବ ଭଳି ଅନେକ ସାମାଜିକ ଗଣମାଧ୍ୟମରେ ନଜର ରଖିବ ଏହି ଟିମ। ଅପଶବ୍ଦ ବ୍ୟବହାରକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଗିରଫ ମଧ୍ୟ କରାଯିବ ବୋଲି କହିଛନ୍ତି ଏସପି । ତେବେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ସମସ୍ତ ବ୍ୟବହାରକାରୀଙ୍କୁ ସର୍ତକ ସହ ବ୍ୟବହାର କରିବାକୁ ସମ୍ବଲପୁର ଏସପି କହିଛନ୍ତି।
Crime | cyber-alert | Sambalpur
ଆହୁରି ପଢନ୍ତୁ-