ସମ୍ବଲପୁର ସଦର ମେଡିକାଲ୩୮ ଡାକ୍ତର, ୧୧୦ ଷ୍ଟାଫ ନର୍ସ ପଦ ଖାଲି

ସମ୍ବଲପୁର: ଭିମସାର ସମେତ ରାଜ୍ୟର ମେଡିକାଲ କଲେଜ ଗୁଡ଼ିକରୁ ପ୍ରତିବର୍ଷ ସାଢ଼େ ୮ ଶହ ଡାକ୍ତର ଉତ୍ତୀର୍ଣ୍ଣ ହେଉଛନ୍ତି। ସେଥିମଧ୍ୟରୁ ଭିମସାରରେ କେବଳ ବର୍ଷକୁ ୧୫୦ ଜଣ ଡାକ୍ତର ବାହାରୁଛନ୍ତି। ତା’ ଛଡ଼ା ବିଭିନ୍ନ ବେସରକାରୀ କଲେଜରୁ ମଧ୍ୟ ପ୍ରାୟ ୫ଶହରୁ ଅଧିକ ଡାକ୍ତର ଚିକିତ୍ସା ସେବା କ୍ଷେତ୍ରକୁ ଆସୁଛନ୍ତି। ଏହା ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନା ସମେତ ବିଭିନ୍ନ ପିଏଚ୍‌ସି/ସିଏଚ୍‌ସି ଗୁଡ଼ିକରେ ବର୍ଷ ବର୍ଷ ଧରି ଶତାଧିକ ଡାକ୍ତର ପଦ ଖାଲି ରହିଛି। ସେହିପରି ଷ୍ଟାଫ ନର୍ସ ସମେତ ଅନ୍ୟାନ୍ୟ ପଦ ଗୁଡ଼ିକ ମଧ୍ୟ ଖାଲି ପଡ଼ିଛି। ଏହାବାଦ୍‌ ଆୟୁର୍ବେଦିକ ଓ ହୋମିଓପାଥି ଡାକ୍ତରଙ୍କୁ ମଧ୍ୟ ସ୍ୱଳ୍ପ ତାଲିମ ସହ ସରକାରୀ ଡାକ୍ତରଖାନାରେ ନିଯୁକ୍ତି ଦିଆଯିବା ନେଇ ୨୦୧୬ ଜୁନ ମାସରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ନହେବାରୁ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସବୁଠି ଅଭିଯୋଗ ହେଉଛି।
ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନାକୁ ପ୍ରତିଦିନ ପ୍ରାୟ ୧ ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ସଦର ଡାକ୍ତରଖାନାର ସମସ୍ତ ବିଭାଗରେ ଡାକ୍ତର ସମେତ ଅନ୍ୟାନ୍ୟ ୧୮୦ ପଦ ଖାଲି ରହିଛି। ଏ ନେଇ ବିଗତ ଦିନରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଆପତ୍ତି ଅଭିଯୋଗ ସାଙ୍ଗକୁ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି। ମାତ୍ର ଏଯାଏ କୌଣସି ସୁଧାର ହୋଇନାହିଁ। ସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇ ରହିଛି। ପରବର୍ତ୍ତୀ ସମୟରେ ଜନପ୍ରତିନିଧି ନିରବ ରହୁଥିବାବେଳେ ବିଭାଗୀୟ ଅଧିକାରୀମାନେ ସରକାରଙ୍କୁ ଚିଠି ଲେଖାଯାଇଛି କହି ନିଜ ମୁଣ୍ଡରୁ ଦାୟିତ୍ୱ ଓହ୍ଲାଇ ଦେଉଛନ୍ତି।
ଯଦି ଭାରତୀୟ ଜନସ୍ୱାସ୍ଥ୍ୟ ବିଭାଗର ନିୟମକୁ ଦେଖାଯାଏ, ତେବେ ୩ ଶହ ଶଯ୍ୟା ବିଶିଷ୍ଠ ଏକ ଡାକ୍ତରଖାନାରେ ନିମ୍ନଲିଖିତ ସଂଖ୍ୟକ କର୍ମଚାରୀ ରହିବା ଆବଶ୍ୟକ। ତେବେ, ଏଠାରେ ଆବଶ୍ୟକତା ଠାରୁ ଢେର କମ୍‌ କର୍ମଚାରୀ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର