ବୁର୍ଲା: ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ବୁର୍ଲାରେ ଏକ ମଶାଲ ଶୋଭାଯାତ୍ରା କରି ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। ନେତାଜୀ ଛକସ୍ଥିତ ନେତାଜୀଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ ପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ ବିଜେଡିର ମହାସଚିବ ଶିଶିର ପରିଜା, ଉପସଭାପତି ଦୁର୍ଗା ସାମନ୍ତରାୟ, ଏସ୍ଡିସିସି ବ୍ୟାଙ୍କ ଅଧ୍ୟକ୍ଷ ଅମରେନ୍ଦ୍ର ଗଙ୍ଗଦେବ, ସମ୍ବଲପୁର ପ୍ରେସ କ୍ଲବ୍ ସଂପାଦକ ରାଜାରାମ ପାଢ଼ୀ, ଦେବଗଡ଼ ଜିଲ୍ଲା ଯୁବ ସଭାପତି ଭୂପେନ୍ଦ୍ର ନାଏକ, ତିଲେଇବଣି ବ୍ଲକ ଉପାଧ୍ୟକ୍ଷ ଭୂପେନ୍ଦ୍ର ନାଏକ, ସାଂଗଠନିକ ସଂପାଦକ ମୋହିତ ନାଏକ, ଛାତ୍ର ବିଜେଡି ରାଜ୍ୟ ସଂପାଦକ ମିଲନ ହୋତା ପ୍ରମୁଖ ଯୋଗଦେଇଥିଲେ। ପରେ ନେତାଜୀ ଛକରୁ ଏକ ବିଶାଳ ମଶାଲ ଯାତ୍ରା ବାହାରି ସହର ପରିକ୍ରମା କରିଥିଲା ଓ ଭିଏସ୍ଏସ୍ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ ସହ ଉଦ୍ଯାପିତ ହୋଇଥିଲା। ଏଥିରେ ଯୁବ ବିଜେଡି, ବିଭିନ୍ନ ଯୁବକ ସଂଗଠନର କର୍ମକର୍ତା ଓ ସ୍ଥାନୀୟ ଯୁବକ ଜୟନ୍ତ ପଟ୍ଟନାୟକ, ଭୋଲା ଗୁପ୍ତା, ଧୀରଜ ଯାଦବ, କୈଳାସ ପ୍ରଧାନ, ଧୀରେନ୍ଦ୍ର ଦେବତା, ମହମ୍ମଦ ଅଲ୍ଲୀ, ନରେଶ ବାରିକ, ବ୍ରଜ ଜେନା, ଅମିତ ସିଂ, ଅନିଲ ସାହା, ଦଷ୍ମନ୍ତ ସିଂ, ସୁମିତ ପଟେଲ, ଦେବ ପଟ୍ଟନାୟକ, ସନ୍ତୋଷ ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ।
ବୁର୍ଲାରେ ସଂଜିତଙ୍କ ଶକ୍ତି ପ୍ରଦର୍ଶନ
/sambad/media/post_attachments/wp-content/uploads/2018/01/sbp25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)