ସମ୍ବଲପୁର: ‘ସମ୍ବାଦ’ର ବାର୍ଷିକ ଉତ୍ସବ ଉପ‌ଲକ୍ଷେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ପ୍ରେକ୍ଷାଳୟରେ ସାରେଗାମା (ଲଘୁ କଣ୍ଠ ସଂଗୀତ) ଏବଂ ସାକ୍ଷୀପଡ଼ା ସମ୍ବାଦଭବନରେ ବିତର୍କ ପ୍ରତିଯୋଗିତା ଆରମ୍ଭ  ହୋଇଛି। ଏଥିରେ +୨ ବା ଏକାଦଶ ଶ୍ରେଣୀରୁ ନେଇ ଉପର ଶ୍ରେଣୀ ଗୁଡ଼ିକରେ ପାଠ ପଢ଼ୁଥିବା ସମସ୍ତ ସାଧାରଣ, ବୈଷୟିକ, ଡାକ୍ତରୀ, ମ୍ୟାନେଜ୍‌ମେଣ୍ଟ, କୃଷି ଆଦି ସମସ୍ତ ପ୍ରକାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।

Advertisment

publive-image

‘ସମ୍ବାଦ’ର ସମ୍ବଲପୁର ଜୋନ୍‌ସ୍ତରୀୟ ଏହି ପ୍ରତିଯୋଗିତାରେ ସମ୍ବଲପୁର ସଂସ୍କରଣ ଅଧୀନସ୍ଥ ୯ଟି ଜିଲ୍ଲା ଯଥା ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । କୃତୀ  ପ୍ରତିଯୋଗୀ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ ।