ଜୁଆ ଆଡ୍ଡାରେ ଚଢ଼ଉ : ୩ ମହିଳା ସମେତ ପାଞ୍ଚ ଗିରଫ

ବୁର୍ଲା: ବୁର୍ଲା ପୁଲିସ୍‍ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ବିଷ୍ଣୁମନ୍ଦିର ପଡ଼ା ଠାରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚଢଉ କରାଯାଇଥିଲା। ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ଗିରଫ ହୋଇଛନ୍ତି। ୫ ଶହ ଟଙ୍କା ଜବତ ହୋଇଛି। ଗିରଫମାନେ ହେଲେ ବିଷ୍ଣୁମନ୍ଦିର ପଡାର ଯୋଶଦା ଛତ୍ରିଆ (୪୦), କମଳା ସୁନା(୩୫), ରାଜକୁମାରୀ ଭୋଇ(୪୫) ସମେତ ଜଗଦୀଶ ସାହୁ(୪୨) ଓ ସୋନୁ ରାୟ(୨୪)। ଏନେଇ ଥାନାରେ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଥିବା ଥାନାଧିକାରୀ ମାନସ ରଂଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର