ସମ୍ବଲପୁର: ସମ୍ବଲପୁର ସାକ୍ଷୀପଡ଼ା ଠାରେ ଚାଲିଛି ସେକ୍ସ ରାକେଟ୍। ଏଭଳି ସୂଚନା ପାଇ ଧନୁପାଲି ପୁଲିସ ସାକ୍ଷୀପଡ଼ାର ଏକ କୋଠାରେ ଚଢ଼ଉ କରିଥିଲା। ଉକ୍ତ କୋଠାର ଏକ ଘର ଭିତରୁ ୨ ଜଣ ଯୁବକ-ଯୁବତୀଙ୍କୁ ପୁଲିସ ଥାନାକୁ ଉଠାଇ ନେଇଥିଲା। ପଚରାଉଚରା ବେଳେ ସେମାନେ ପ୍ରେମୀଯୁଗଳ ବୋଲି କହିଥିବା ପୁଲିସ ପକ୍ଷରୁ କହାଯାଇଛି। ଅନ୍ୟପଟେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି।
ସାକ୍ଷୀପଡ଼ାରେ ସେକ୍ସ ରାକେଟ୍: ୨ ଜଣ ଯୁବକ-ଯୁବତୀଙ୍କୁ ଥାନାକୁ ଉଠାଇ ନେଲା ପୁଲିସ୍
/sambad/media/post_attachments/wp-content/uploads/2023/09/Untitled-46.jpg)