ସମ୍ବଲପୁର : ବିଶାଖାପଟନମ ସ୍ଥିତ ଶ୍ରୀ ଚୈତନ୍ୟ ଇନଷ୍ଟିଚ୍ୟୁଟ ପ୍ରଶାନ୍ତି ନିଲୟମ ଛାତ୍ର ଶ୍ରେୟସ କେସଓ୍ଵାନିଙ୍କ ର୍ୟାଗିଂ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ ଫେରାର ଅଛନ୍ତି। ଏ ନେଇ କିଛି ଜଣଙ୍କୁ ପଚରାଉଚୁରା କରିଛି ପୁଲିସ। ଏହାର ମାମଲାର ଅଧିକ ତଦନ୍ତ ପାଇଁ ସୋମବାର ଦିନ ଶ୍ରେୟସଙ୍କ ବାପା ଶୈଲେସ କେଶଓ୍ଵାନି, ମା’ ଲକ୍ଷ୍ମୀ କେଶରଓ୍ଵାନୀ ବିଶାଖାପଟଣା ପୁଲିସ କମିସନରଙ୍କ ସହିତ ସାକ୍ଷାତ କରିବେ। ସେମାନଙ୍କ ସହିତ ଗୋବିନ୍ଦପୁର ଥାନା ଅଧିକାରୀ ମଧ୍ୟ ଯିବେ ବୋଲି ଏସପି ସଂଜୀବ ଅରୋରା ସୂଚନା ଦେଇଛନ୍ତି । ଅନ୍ୟ ଦିଗରେ ଏହି ମାମଲାରେ ଡିଜି ଏବଂ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସନ୍ତୋଷ ବଳ। ଡିଜି ଏବଂ ଆଇଜି ପୁଲିସ ଓଡ଼ିଶା, ସମ୍ବଲପୁର ଜିଲ୍ଲାପାଳ ଏବଂ ଏସପିଙ୍କୁ ଏହି ରିପୋର୍ଟ ମଗାଯାଇଛି। ମାମଲାରେ ଯଥାଶିଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ହୋଇଛି।
ଶ୍ରେୟସ ର୍ୟାଗିଂ ମୃତ୍ୟୁ ମାମଲା,୩ ଅଭିଯୁକ୍ତ ଫେରାର
/sambad/media/post_attachments/wp-content/uploads/2018/02/SBPHO3-Sreyas-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)