ସମ୍ବଲପୁର: ନୂଆଦିଲ୍ଲୀରେ ପୁଣିଥରେ ସମ୍ବଲପୁରର ସୌମ୍ୟରଞ୍ଜନ ବଡ଼ପଣ୍ଡା ଚମକିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରରେ ଆୟୋଜିତ ବିଶ୍ଵବିଦ୍ୟାଳୟସ୍ତରୀୟ ଭାଷଣ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ‘ମୋ ଦେଶ ସବୁଠୁ ଶ୍ରେଷ୍ଠ’ ବିଷୟ ଉପରେ ଭାଷଣ ରଖି ସେ ଏହି ସଫଳତା ହାତେଇଛନ୍ତି।
କାର୍ଯକ୍ରମରେ ହରିୟାଣା ମହେନ୍ଦ୍ରଗଡ଼ ସାଂସଦ ଡ. ସୁଧା ଯାଦବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଥିଲେ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଖଲିଆପାଲି ଗ୍ରାମର ବିଶ୍ବରଞ୍ଜନ ବଡ଼ପଣ୍ଡା ଓ କଲ୍ୟାଣୀ ବଡ଼ପଣ୍ଡାଙ୍କ ପୁଅ ସୌମ୍ୟା ଏହା ପୂର୍ବରୁ ବିଶ୍ବବିଦ୍ୟାଳୟର ପୌରହିତ୍ୟ କର୍ମକାଣ୍ଡରେ ଟପର୍ ହୋଇଥିଲେ।