ସମ୍ବଲପୁର: ଝାରସୁଗୁଡ଼ାର ପ୍ରଦୀପ ପ୍ରଧାନ ଓ ତାଙ୍କ ପତ୍ନୀ ପୁରୀ ପାସେଞ୍ଜର ଯୋଗେ ଭୁବନେଶ୍ବରରୁ ଗତ ୨୧ ତାରିଖ ରାତିରେ ଫେରୁଥିବା ବେଳେ ବାମରା ଓ ଧାରୁଆଡ଼ିହି ଷ୍ଟେସନ ମଧ୍ୟରେ ତାଙ୍କ ବ୍ୟାଗରେ ଥିବା ୨୦ ହଜାର ଟଙ୍କା ଓ ପତ୍ନୀଙ୍କ ସୁନା ହାରକୁ କେହି ଦୁର୍ବୃତ୍ତ ଚୋରି କରିନେଇଥିଲା। ଝାରସୁଗୁଡ଼ାରେ ପହଞ୍ଚି ସେ ଚୋରି ହୋଇଥିବା ଜାଣିବା ପରେ ଜିଆରପିରେ ଅଭିଯୋଗ କରିଥିଲେ। ତେବେ ଝାରସୁଗୁଡ଼ା ଜିଆର୍ପି ଏହି ଅଭିଯୋଗ ସମ୍ବଲପୁରକୁ ସ୍ଥାନାନ୍ତର କରିଛି।
ଚଳନ୍ତା ଟ୍ରେନ୍ରୁ ଟଙ୍କା ଓ ସୁନା ଚୋରି
/sambad/media/post_attachments/wp-content/uploads/2019/02/snetchedaway-chain.jpg)