ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦୁଇଓଳି ପାୱାର କଟ୍ ସହ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ନେଇ ସାଧାରଣରେ ଘୋର ଉଦ୍ବେଗ ପ୍ରକାଶ ପାଇଛି। ନିୟମିତ ବିଦ୍ୟୁତ ଦେୟ ଅସୁଲରେ ହେଳା କରୁ ନଥିବା ବିଦ୍ୟୁତ ବିଭାଗ କିନ୍ତୁ ବିଦ୍ୟୁତକାଟର ପ୍ରତିକାର ପାଇଁ କୌଣସି ପଦକ୍ଷେପ ନେଉ ନାହିଁ। ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଡ଼ଦିନ ଛୁଟି ପୂର୍ବରୁ ପରେ ସ୍କୁଲ କଲେଜରେ ପରୀକ୍ଷା ହୋଇଥିବାରୁ ଅନ୍ଧାରରେ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ବିଦ୍ୟୁତକାଟ ବନ୍ଦ ନହେଲେ ଆଗକୁ ମଧ୍ୟ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେବେ ବୋଲି ‘ଦୋସ୍ତ’ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହାଛଡ଼ା ସଂଧ୍ୟାବେଳେ ବିଦ୍ୟୁତକାଟ ଯୋଗୁଁ ଅସାମାଜିକ ତତ୍ତ୍ବ ସକ୍ରିୟ ହେବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଘୋଷିତ ଓ ଅଘୋଷିତ ବିଦ୍ୟୁତକାଟ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଗଠନର ଆବାହକ ସୌରଭ ରଂଜନ ମହାପାତ୍ର, ବିକ୍ରମ ଗୁରୁ, କିଶୋର ପଣ୍ଡା, ଆଶୁତୋଷ ପାଣି ଏବଂ ସୁରଜ ଗୁରୁ ପ୍ରମୁଖ ଚେତାବନୀ ଦେଇଛନ୍ତି।
‘ବିଦ୍ୟୁତକାଟ ବନ୍ଦ ନହେଲେ ଆନ୍ଦୋଳନ’
/sambad/media/post_attachments/wp-content/uploads/2018/12/light-bulb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)