ସମ୍ବଲପୁର: ସମ୍ବଲପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଧନୁଯାତ୍ରା ପାଇଁ ରାସ୍ତା କଡ଼ରେ ପଡ଼ିଥିବା ଏକ ଅସ୍ଥାୟୀ ଦୋକାନ ଉପରେ ସମ୍ବଲପୁରରୁ ଝାରସୁଗୁଡ଼ା ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ମାଡ଼ିଯିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ମହମ୍ମଦ ସୟଦ୍‌(୪୦), ମହମ୍ମଦ ତାୟଦ୍‌(୩୫), ୱାକୁର ଅଲମ୍‌(୩୦) ଏବଂ ମହମ୍ମଦ ତାନିସ୍‌(୨୨)।

Advertisment

ତେବେ ସେମାନେ ସମ୍ବଲପୁରର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଓ ପେନ୍‌ସନପଡ଼ାର ଲୋକ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ଘଟିବା ପରେ ଟ୍ରକ୍‌ ଚାଳକ ସ୍ଥାନ ଛାଡ଼ ପଳାଇ ଯାଇଥିବା ସୂଚନା ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃୃତାହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ନେଇଯାଇଛି। ଗୁରୁତରମାନଙ୍କୁ ସେଠାରେ ଚିକିତ୍ସା କରାଯାଉଛି।

publive-image

ଉଲ୍ଲେଖଯୋଗ୍ୟ, ସମ୍ବଲପୁରର ପରମାଣପୁରରେ ଧନୁଯାତ୍ରା ଚାଲିଥିବା ହେତୁ ଉଠା ଦୋକାନୀ ସବୁ ରାସ୍ତା କଡ଼ରେ ଦୋକାନ ପକାଇଥିଲେ। ଭୋର୍‌ ପ୍ରାୟ ୪.୪୫ ସମୟରେ ଦୋକାନୀମାନେ ସେମାନଙ୍କ ଦୋକାନରେ ଶୋଇଥିବା ବେଳେ ଏକ ଟ୍ରକ୍‌ ଆସି ୫ଟା ଦୋକାନ ଉପରେ ମାଡ଼ି ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କର ହସ୍ପିଟାଲ୍‌ ନେବା ବାଟରେ ଜୀବନ ଚାଲି ଯାଇଥିବା ସୂଚନା ରହିଛି। ମୃତକମାନଙ୍କ ମଧ୍ୟରୁୁ ଗୋଟାଏ ପରିବାରର ୩ ଜଣ ଥିବା ସୂଚନା ରହିଛି।