ସମ୍ବଲପୁର: ଦିନକୁ ଦିନ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ବିଭିନ୍ନ ଆଡୁ ସଚେତନତା ଅବଲମ୍ବନ କରାଯାଉଛି। କରୋନା ଭାଇରସ୍କୁ କିଛି ମାତ୍ରାରେ ଆୟତ୍ତ କରିବା ପାଇଁ ଆସନ୍ତା ଶନିବାର ଓ ରବିବାର ପୂରା ସମ୍ବଲପୁର ସଟ୍ଡାଉନ୍ ଘୋଷଣା ହୋଇଛି। ଗତ ସପ୍ତାହରେ ମଧ୍ୟ ପୂରା ସମ୍ବଲପୁର ଜିଲ୍ଲାରେ ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା ହୋଇଥିଲା। ଏହି ସଟ୍ଡାଉନ୍ ସମୟରେ ଜରୁରିକାଳୀନ ସେବାକୁ ବାଦ୍ ଦେଲେ ଅନ୍ୟ କୌଣସିକୁ ଅନୁମତି ନାହିଁ।
ଜାଣନ୍ତୁ କେଉଁ ସବୁକୁ ଅନୁମତି ରହିଛି:
: ଡାକ୍ତରଖାନା ଓ କ୍ଲିନିକ୍ ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଯାତାୟତ
: ମହାନଗର ପ୍ରଶାସନ, ପୁଲିସ୍, ଅଗ୍ନିଶମ ବିଭାଗ ଓ ଅତ୍ୟାବସ୍ୟକୀୟ ସେବା।
:ଜରୁରିକାଳୀନ ସେବାରେ ଥିବା ରାଜ୍ୟ ଓ କେନ୍ଦ୍ର ସରକାରୀ ଚାକିରିଆ।
: ଟେଲିକମ୍ ସେବା।
: ପେଟ୍ରୋଲ୍ ପମ୍ପ୍।
: ଗଣମାଧ୍ୟମ ସଂସ୍ଥା।
: ଜଳ ଯୋଗାଣ ଓ ବିଶୁଧିକରଣ କର୍ମଚାରୀ।
: ବିଦ୍ୟୁତ୍ ଯୋଗାଣ ଓ ବିତରଣ କର୍ମଚାରୀ।
: ମାଲ୍ ବୋଝେଇ ଗାଡ଼ି।
: ଶିଳ୍ପ କାରଖାନା ଏବଂ ନିର୍ମାଣଧୀନ କାର୍ଯ୍ୟ।
: କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀ ଆଦି ସେବା।
: ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିକ୍ରମେ ବିବାହ ଓ ସୁଦ୍ଧିକର୍ମ।
: ଏଟିଏମ୍।
: ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ଢାବା।
: ଏଲ୍ପିଜି ବିିତରଣ, ଘରକୁ ରାନ୍ଧଣା ଗ୍ୟାସ୍ ଡେଲିଭରି।