ସମ୍ବଲପୁର/ଧନକଉଡ଼ା: ବୃଦ୍ଧ ସ୍ବାମୀଙ୍କ ପରେ ବିଷ ପିଇଥିବା ବୃଦ୍ଧାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ବୃଦ୍ଧା ହେଲେ ବୃନ୍ଦାବତୀ ମହାକୁର (୬୨)।ଦୀପାବଳିପାଳନପାଇଁସବୁଆଡ଼େଆନନ୍ଦଓଉତ୍ସାହରପରିବେଶଥିବା ବେଳେସମ୍ବଲପୁରଜିଲ୍ଲାବୁର୍ଲାଥାନାଗୋଶାଳାଅଞ୍ଚଳରେଘଟିଛିଏହିଭଳିଏକଅଭାବନୀୟଘଟଣା।
ସୂଚନାଯୋଗ୍ୟ, ମଙ୍ଗଳବାର ଘରୋଇ କଳହ ଯୋଗୁଁ ବୃଦ୍ଧ ଦମ୍ପତି ଟକାଧର ମହାକୁର (୬୮) ଓ ବୃନ୍ଦାବତୀ ମହାକୁର ସନ୍ଧ୍ୟା ୬ ଟାରେ ସାଇକଲରେ ଘରୁ ବାହାରିଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଆଜି ଉଭୟେ କୀଟନାଶକ ଖାଇ ଦେଇଥିଲେ। ଅପରାହ୍ଣ ପ୍ରାୟ ୪ଟା ସମୟରେ ଗୋଶାଳା ଆଇଆଇଏମ୍ ରାସ୍ତାରେ ଏହି ବୃଦ୍ଧ ଦମ୍ପତି ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖବର ଦେଇଥିଲେ। ବୃଦ୍ଧା ଜଣକ ଅଚେତ ହେବାପୂର୍ବରୁ ସ୍ଥାନୀୟ ଲୋକଙ୍କୁ କହିଥିଲେ ଯେ ଘରେ ପୁଅ ତାଙ୍କୁ ଅତ୍ୟାଚାର କରୁଛି। ସେମାନଙ୍କ ସହିତ ବାରମ୍ବାର କଳିଗୋଳ ହେଉଛି। ସହି ନପାରି ଘରୁ ବାହାରି ଆସି ଆମେ ବିଷ ପିଇ ଦେଇଥିଲୁ।
ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଟକାଧରଙ୍କ ମୃତ୍ୟୁ ହୋଇ ସାରିଥିଲା। ବୃଦ୍ଧା ଜଣଙ୍କ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ। ବୃନ୍ଦାବତୀଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା କରାଯାଉଥିଲା।
ଉଲ୍ଲେଖଯୋଗ୍ୟଯେଦେଢ଼ମାସତଳେ ଟକାଧର ମହାକୁର ଓ ବୃନ୍ଦାବତୀ ମହାକୁରଙ୍କବଡ଼ପୁଅରଦୁର୍ଘଟଣାରେମୃତ୍ୟୁହୋଇଯାଇଛି।ସାନପୁଅବିବାହିତଓସେଘରେରହୁଛନ୍ତି।