ସମ୍ବଲପୁର: ରବିବାର ରାତି ୮ଟା ସମୟରେ ଟାଉନ୍ ଥାନା ଅନ୍ତର୍ଗତ ସଞ୍ଜିବନୀ ନର୍ସିଂହୋମ୍ ନିକଟରେ ଘଟିଥିବା ମିଟୁ ଓରଫ ଭୀମସେନ ଗୁରୁ (୪୫) ହତ୍ୟାକାଣ୍ଡ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଦିଲୁ ବେହେରା, ସାଗର କର୍ମକାର ଓ ଦିନେଶ ନେପାକକୁ ଟାଉନ୍ ଥାନା ପୁଲିସର ସ୍ପେସାଲ୍ ସ୍କ୍ବାଡ୍ ସହଯୋଗରେ ସୋମବାର ରାତିରେ ଓଡ଼ିଶା ଛତିଶଗଡ଼ ସୀମା ବରଗଡ଼ ଜିଲ୍ଲା ଲୁହରାଚଟି ତାବେଡା ନିକଟରୁ ଗିରଫ କରିଥିବା ବେଳେ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ତିନି ଜଣ ଯାକ ଚେରୁଆପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ମଧ୍ୟ ପୁଲିସ ଜବତ କରିଛି। ତିନିଜଣ ଯାକ ଅଭିଯୁକ୍ତ ଟାଉନ୍ ଥାନାର ଅନେକ ମାମଲାରେ ଆଗରୁ ସଂମ୍ପୃକ୍ତ ଥିବା ଜଣାପଡ଼ିଛି। ସେ ଉପରେ ମଧ୍ୟ ତଦନ୍ତ ଜାରି ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଏସ୍ପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ମୃତକଙ୍କର ମଧ୍ୟ ଅପରାଧିକ ପୃଷ୍ଠଭୂମି ଥିବା ପୁଲିସ ପକ୍ଷରୁ କହାଯାଇଛି। ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ପ୍ରକାଶ କରିଛି। ବଟି ଆଦାୟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୁଖ୍ୟାତ ଅପରାଧୀ ମିଟୁ ଓରଫ ଭୀମସେନ ଗୁରୁ (୪୫)ଙ୍କୁ ରବିବାର ରାତିରେ ଛୁରା ମାଡ଼ କରି ହତ୍ୟା କରାଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଟୁଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍ ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/984984954୍ୀତୀୀତତୀକତକୀତୀକତକୀତକୀ.jpg)