ସମ୍ବଲପୁର: ଟ୍ରେଲର ଧକ୍କାରେ ୧ ମୃତ, ୨ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଳା ଧନୁପାଲି ଥାନା ନିକଟସ୍ଥ ଖଲିଆ ବନ୍ଧୁ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଖଲିଆ ବନ୍ଧୁ ଛକରେ ଏକ ଚା’ ଦୋକାନରେ ଚା’ ପିଉଥିବା ବେଳେ ଏକ ଟ୍ରେଲର ଧକ୍କାରରେ ଜଣଙ୍କର ମୃତ୍ୟୁ ଘଟିଛି ଓ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖଲିଆ ବନ୍ଧୁ ଛକରେ ଏକ ଚା’ ଦୋକାନରେ ୩ ଜଣ ଛିଡ଼ା ହୋଇ ଚା’ ପିଉଥିବା ବେଳେ ଏକ ଟ୍ରେଲର୍‌ ଖାମଖିଆଲି ଭାବେ ପଛପଟୁ ଆସିଥିଲା। ଟ୍ରେଲରଟି ଆସି ପଛ ପଟୁ ପିଟି ଦେଇ ଫେରାର୍‌ କେଉଁଆଡ଼େ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଖଣ୍ଡୁଆଳ ଗ୍ରାମର ତ୍ରିଳୋଚନ ମାଝୀ(୪୫)ଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ନିଆଯାଇଛି।

ଧନୁପାଲି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ, ଦୁଇ ଆହତ ଓ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କର ଏଯାବତ୍‌ କୌଣସି ପରିଚୟ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର