ସମ୍ବଲପୁର: ବିବାଦରେ ରହିଥିବା ବରେଇପାଲି ଥାନାଧିକାରୀ ଧୀରେନ୍ଦ୍ର ସ୍ବାଇଁଙ୍କ ସମେତ ୯ ଜଣ ଇନ୍ସପେକ୍ଟରଙ୍କ ବଦଳି ଅଗଷ୍ଟ ୧୫ ତାରିଖ ଦିନ କରାଯାଇଛି। ଧୀରେନ୍ଦ୍ରଙ୍କୁ ବରେଇପାଲି ଥାନାରୁ ନାକଟିଦେଉଳ ଥାନାକୁ ବଦଳି କରାଯାଇଛି। ମୁଖ୍ୟାଳୟରେ ଥିବା ଶ୍ରୀକାନ୍ତ ସାହୁଙ୍କୁ ହୀରାକୁଦ ଥାନା ଦାୟିତ୍ବ ଦିଆଯାଇଥିବା ବେଳେ ହୀରାକୁଦ ଥାନାଧିକାରୀ ବାମଦେଓ ସନଖୌଳାଙ୍କୁ ଯୁଯୁମୁରା ଥାନାକୁ ବଦଳି କରାଯାଇଛି।
ଏଣେ ରେଙ୍ଗାଲି ଥାନାଧିକାରୀ ଆନ୍ନା ମିଞ୍ଜ୍ଙ୍କୁ ମହିଳା ଥାନା ଦାୟିତ୍ବ ଦିଆଯାଇଥିବା ବେଳେ ମହିଳା ଥାନାଧିକାରୀ ମେନକା ରାଉତଙ୍କୁ ଟ୍ରାଫିକ୍ ଆଇଆଇସି ଦାୟିତ୍ବ ମିଳିଛି। ମୁଖ୍ୟାଳୟରେ ଥିବା ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବରେଇପାଲି ଥାନା, ରାଜେନ୍ଦ୍ର ବେହେରାଙ୍କୁ ଗୋବିନ୍ଦପୁର, ସୁଦର୍ଶନ ପଣ୍ଡାଙ୍କୁ ରେଙ୍ଗାଲି ଓ ଅନନ୍ତ ସାହୁଙ୍କୁ କତରବଗା ଥାନାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।