କୁଚିଣ୍ଡା ଏନଏସିରେ ପ୍ରଥମ କିନ୍ନର ଭାବେ ଚାକିରିରେ ଯୋଗ ଦେଲେ ମାୟା

କୁଚିଣ୍ଡା  : ସରକାରୀ ଚାକିରି ରେ କିନ୍ନର ମାନଙ୍କ ନିଯୁକ୍ତି ପାଇଁ ଦୀର୍ଘ ଦିନରୁ କିନ୍ନର ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦାବି ରହିଥିଲା । ଓଡ଼ିଶା ସରକାର କିନ୍ନର ମାନଙ୍କ ଏହି ଦାବି ପୂରଣ କରି ଅଦ୍ୟାବଧି  ବିଭିନ୍ନ ଜିଲ୍ଲାରେ ରେ ୪୮ଜଣ କିନ୍ନରଙ୍କୁ ନିଯୁକ୍ତି ଦେଇଛନ୍ତି । କୁଚିଣ୍ଡା ଏନଏସି ରେ ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳର ଗିରିଧାରୀ କିସାନ ଓରଫ ମାୟା କିନ୍ନର ଅଫିସ ସହାୟକ (ଏନୟୁଏଲଏମ) ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବହୁ ଦିନରୁ କିନ୍ନର ମାନଙ୍କର ଏହି ଦାବି ରହିଥିଲା । ସରକାର ମଧ୍ୟ ଆଗରୁ ନିଷ୍ପତ୍ତି ନେଇଥିଲେ । ମାତ୍ର କିନ୍ନର ମାନଙ୍କ ଆଧାର କାର୍ଡ଼ ସମସ୍ୟା ଯୋଗୁଁ ହୋଇପାରୁନଥିଲା । ଏହା ସମାଧାନ ପରେ କିନ୍ନର ମାନଙ୍କୁ ନ୍ୟାୟ ପ୍ରଦାନ କରି ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତିରେ ମାୟା କିନ୍ନର ସାମିଲ ହୋଇଥିବାରୁ ରାଜ୍ୟ ସଭାପତି ମୀରା ପରିଡା, କଲାହାଣ୍ଡିର କାମିନୀ, ଅନୁଗୁଳର ଦିବେଶ ତଥା ମାୟାଙ୍କ କିନ୍ନର ଗୁରୁ ଲିଟୁ ଙ୍କ ସହିତ ରାଜ୍ୟ ସରକାରଙ୍କୁ ମାୟା କିନ୍ନର ଧନ୍ୟବାଦ କତଜ୍ଞତା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର