ନିୟମ କୋହଳ ପରେ ବି ସମ୍ବଲପୁରରେ କଟିଲା ସବୁଠାରୁ ବଡ଼ ଚାଲାଣ, ଟ୍ରକ୍‌ ଚାଳକଙ୍କୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କା ଜରିମାନା

ସମ୍ବଲପୁର: ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ମୋଟା ଅଙ୍କର ଜରିମାନା ଦେଇସାରିଛନ୍ତି ଗାଡ଼ି ଚାଳକ। ଖାଲି ସେତିକି ନୁହେଁ ଏହି ନୂଆ ନିୟମକୁ ନେଇ ଅନେକ ସ୍ଥାନରେ ହିଂସା ମଧ୍ୟ ଉପୁଜିଛି। ପୂର୍ବରୁ ବଡ଼ ରକମର ଚାଲାଣ କଟି ସାରିଥିଲେ ବି ଓଡ଼ିଶାର ସମ୍ବଲପୁରରେ କଟିଛି ସବୁଠାରୁ ବଡ଼ ଚାଲାଣ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆଇନ ଉଲ୍ଲଂଘନ ଓ ଅନ୍ୟାନ୍ୟ ପ୍ରମାଣପତ୍ର ନଥିବାରୁ ନାଗାଲାଣ୍ଡ ଟ୍ରକକୁ ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଚାଲାଣ କାଟିଛି ସମ୍ବଲପୁର ଆରଟିଓ।

News18.com

ଆଇନ ଉଲ୍ଲଂଘନ ପାଇଁ ୫୦୦ ଟଙ୍କା, ପ୍ରଦୂଷଣ ପ୍ରମାଣପତ୍ର ନଥିବାରୁ ୧୦୦୦ ଟଙ୍କା, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରୁଥିବାରୁ ୫ହଜାର, ପରମିଟ୍‌ ନଥିବାରୁ ୫ହଜାର, ବୀମା ସାର୍ଟିଫିକେଟ ନଥିବାରୁ ୧ହଜାର ଟଙ୍କା , ୨୧-୦୭-୨୦୧୪ରୁ ୩୦-୦୯-୨୦୧୯ ପର୍ଯ୍ୟନ୍ତ ଓମଭିଟି -୩ ଟିକସ ବାବଦକୁ ୬ଲକ୍ଷ ୪୦ ହଜାର ୫୦୦ ଟଙ୍କା ଚାଲାଣ କାଟିଛି ସମ୍ବଲପୁର ଆରଟିଓ। ତେବେ ସମ୍ବଲପୁର ରେମେଡରେ ଚେକିଂ ଚାଲିଥିବା ବେଳେ ଏହି ଜରିମାନା କରାଯାଇଛି। ଏହି ଟ୍ରକଟି ନାଗାଲାଣ୍ଡର ଶୈଳେଶ ଶଙ୍କର ଲାଲ ଗୁପ୍ତାଙ୍କ ନାଁରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର