କୁଚିଣ୍ଡା : କୁଚିଣ୍ଡା ଥାନା ତେଲିତିଲେଇମାଲ ଅଞ୍ଚଳରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବେଣୁଧର ଭଇଁଷା (୫୦) ଓ ଡିଲେଶ୍ବର କିଷାନ (୫୦)।
ଅଭିଯୋଗ ଅନୁଯାୟୀ ମହିଳା (୪୦) ଜଣଙ୍କ ଅବିବାହିତ। ସେ ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଏକୁଟିଆ ଚାଲି ଚାଲି ତାଙ୍କ ସଂପର୍କୀୟଙ୍କ ଘରକୁ ଯାଉଥିଲେ। ଖଜୁରିଆ ଜଙ୍ଗଲ ନିକଟ ଦେଇ ଯାଉଥିବା ବେଳେ ବେଣୁଧର ଓ ଡିଲେଶ୍ବର ତାଙ୍କୁ ରାସ୍ତାରୁ ଉଠାଇ ଏକ ନିଛାଟିଆ ଜାଗାକୁ ନେଇ ଯାଇ ସେଠାରେ ଉଭୟ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ। ପରେ କିଛି ଲୋକ ଆହତ ଅବସ୍ଥାରେ ପାଇ ମହିଳାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବୁଧବାର ମହିଳା ଜଣକ ଏ ବାବଦରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି ଡାକ୍ତରୀ ମାଇନା କରାଇଥିଲା। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଉଭୟ ଅଭିଯୁକ୍ତ ବିପତ୍ନୀକ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/arrest-1567542217.jpg)