ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ସମ୍ବଲପୁର ସହର ଭିତରକୁ ପ୍ରବେଶ କରୁଥିବା ଗୋଲେଇ ଛକ ନିକଟରେ ମଙ୍ଗଳବାର ରାତି ୮ଟା ୩୦ରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ ରେଙ୍ଗାଲି ଥାନା ଅନ୍ତର୍ଗତ ଲପଙ୍ଗା ଗାଁର ପିଣ୍ଟୁ ସାହୁ (୩୦) ଓ ଧରରୋପାଲି ଗାଁର ରିଙ୍କୁ ପଧାନ (୨୫) ବାଇକ୍ ଯୋଗେ ସମ୍ବଲପୁର ସହରକୁ ଯାଉଥିବା ବେଳେ ଗୋଲେଇ ଛକ ନିକଟରେ ଡିଭାଇଡରକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପିଣ୍ଟୁର ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲା ହସ୍ପିଟାଲକୁ ନେଉଥିବା ବେଳେ ବାଟରେ ରିଙ୍କୁର ମୃତ୍ୟୁ ଘଟିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକ୍ (ଓଡି ୨୩ଏଫ୍ ୧୭୦୫) ଜବତ କରିଛି।
ସମ୍ବଲପୁର: ଡିଭାଇଡର ସହ ଶକ୍ତ ଧକ୍କା ହେବାରୁ ୨ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/10/sbp-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)