ସମ୍ବଲପୁର: ଆଜି ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା ସାଂସ୍କୃତିକ ସମାଜ ଭବନ ଠାରେ ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମଳିନୀ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବରେ ଉତ୍ପନ୍ନ କୁମାର ଭୋଇ ଯୋଗ ଦେଇ ସମ୍ବଲପୁରୀ ଭାଷା ସାହିତ୍ୟର ଉନ୍ନତି ଦିଗରେ ତଥା ବ୍ୟବହାରର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଡ. ଶ୍ୟାମସୁନ୍ଦର ଧର ସମ୍ବଲପୁରୀ ଭାଷାର ମଧୁରତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ପ୍ରଫୁଲ୍ଲ କୁମାର ହୋତା ସମ୍ବଲପୁରୀ ଭାଷାର ଉନ୍ନତି ନିମନ୍ତେ ନିଆଯାଇଥିବା ପଦକ୍ଷେପ ଏବଂ ଗ୍ରହଣୀୟତା ଦିଗରେ ଆଲୋଚନା କରିଥିଲେ।
ସଂଗଠନର ସଭାପତି କମଳଲୋଚନ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ତର୍ପଣ ପ୍ରଧାନ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ସଂପାଦକ ଡ. ଗୋବିନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏଡି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କବିମାନେ ସ୍ବରଚିତ ସମ୍ବଲପୁରୀ କବିତା ପାଠ କରିଥିଲେ। କବିତା ପାଠ ଉତ୍ସବକୁ କବୟତ୍ରୀ ପଙ୍କଜିନୀ ନାୟକ, ଡ.ସ୍ବୟଂ ପ୍ରକାଶ ପଣ୍ଡା, ଅରୁଣୀ ତ୍ରିପାଠୀ, ସସ୍ମିତା ମିଶ୍ର ସଂଯୋଜନା କରିଥିବାବେଳେ ମନୋରଞ୍ଜନ ପଣ୍ଡା, ଗୁରୁଚରଣ ନାଏକ, ପ୍ରଦ୍ୟୋତ ପଟ୍ଟନାୟକ, ଦେବାଶିଷ ବେହେରା, ରାଜେଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ସମ୍ମିଳନୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
/sambad/media/post_attachments/wp-content/uploads/2024/04/c1623cd8-6908-44d0-b988-ece884bff8e8.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)