ସମ୍ବଲପୁର: ଆସନ୍ତା ୬ ତାରିଖ ରବିବାର ଦିନ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଗସ୍ତରେ ଆସୁଛନ୍ତି। ‌ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଦିନ ସକାଳ ୯ଟାରେ ଆଇଆଇଏମ୍ ସମ୍ବଲପୁରର ନୂଆ କ୍ୟାମ୍ପସ ପରିଦର୍ଶନ କରିବେ। ସାଢ଼େ ୯ଟାରେ ହୀରାକୁଦ ରେଳଷ୍ଟେସନର ପୁନଃନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାମିଲ ହେବେ।

Advertisment

ଏହା ପରେ ପୂର୍ବାହ୍ନ ୧୧ଟା ୪୫ରେ ନୂଆ ଶିକ୍ଷାନୀତି-୨୦୨୦କୁ ନେଇ ଜାତୀୟ ସ୍ତରର କନ୍‌କ୍ଲେଭରେ ଯୋଗ ଦେବେ। ସନ୍ଧ୍ୟା ୬ଟାରେ ଭାଲୁପାଲି ପାଖ ଡି ଲାଉଞ୍ଜରେ ଆୟୋଜିତ ଶ୍ରୀନିବାସ ଅଗ୍ରୱାଲ ସ୍ମୃତି କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।