୨୦ରେ ସମ୍ବଲପୁର ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ସମ୍ବଲପୁର: ଆସନ୍ତା ୨୦ ତାରିଖ ଦିନ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ବଲପୁର ଗସ୍ତରେ ଆସିବେ। ସମ୍ବଲପୁର ଷ୍ଟେସନଠାରେ ସଂପ୍ରସାରିତ ୱାଲଟିୟର-ବନାରସ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନ ପୂର୍ବରୁ ସମ୍ବଲପୁରରୁ ବନାରସକୁ ଯାତ୍ରା କରୁଥିଲା। ସଂପ୍ରସାରିତ ହେବା ପରେ ମଧ୍ୟ ପୂର୍ବଭଳି ଯାତ୍ରା କରିବ। ଏହାଦ୍ୱାରା ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାବାସୀଙ୍କ ସହିତ ୱାଲଟିୟର ପର୍ଯ୍ୟନ୍ତ ଲୋକେ ଉପକୃତ ହେବେ।

ଉଲ୍ଲେଖଯୋଗ୍ୟ ଯେ, ଏହା ହେଉଛି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଥମ ସମ୍ବଲପୁର ଗସ୍ତ। ପୂର୍ବରୁ ଯଦିଓ ସମ୍ବଲପୁରର ବିଭିନ୍ନ ପଡ଼ୋଶୀ ଝାରସୁଗୁଡ଼ା, ବରଗଡ଼ ଓ ବଲାଙ୍ଗୀର ସହ କିଛି ଜିଲ୍ଲା ଗସ୍ତ କରିଥିଲେ ବି ସମ୍ବଲପୁରକୁ ଆସିନଥିଲେ। କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବାକୁ ସମ୍ବଲପୁର ରେଳବାଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର