ସମ୍ବଲପୁର: ସୋସିଆଲ ମିଡ଼ିଆରେ ଦୁଇ ଯୁବତୀଙ୍କୁ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି। ଉକ୍ତ ଘଟଣାଟି କିଛି ବର୍ଷ ତଳେ ଅନ୍ୟ ଏକ ଜିଲ୍ଲାର ଘଟିଥିବା ସନ୍ଦେହରେ ସମ୍ବଲପୁର ପୁଲିସ୍ର ଏକ ଟିମ୍ ଉକ୍ତ ଜିଲ୍ଲାକୁ ଗସ୍ତ କରିଛି। ଅପରପକ୍ଷରେ ଅଭିଯୋଗକାରିଣୀ ବିଜେପି ମହିଳା ମୋର୍ଚାର ପୂର୍ବତନ ଜିଲ୍ଲା ସଭାନେତ୍ରୀ ଅନ୍ନପୂର୍ଣ୍ଣ ବାରିକଙ୍କୁ ମଧ୍ୟ ଟାଉନ ଥାନାକୁ ଡକାଇ ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଛି। ବୁଧବାର ଦୁଇ ଥର ତାଙ୍କ ଘରକୁ ଯାଇଥିବା ବେଳେ ଗୁରୁବାର ପୁଣି ତାଙ୍କୁ ଥାନାକୁ ଡକାଇ ଥିଲା। ଉକ୍ତ ଭିଡିଓଟି କେମିତି ତାଙ୍କ ପାଖକୁ ପହଂଚିଲା ଏବଂ ଘଟଣାଟି କେଉଁ ଅଂଚଳର ହୋଇଥିବା ତାଙ୍କର ସନ୍ଦେହ ହେଉଛି ବୋଲି ପୁଲିସ୍ ତାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଶ୍ରୀମତୀ ବାରିକ ଓ ଅନ୍ୟ ମହିଳା ମୋର୍ଚାର କର୍ମୀମାନେ ସଚେତନ ନାଗରିକ ଭାବେ ଏ ସଂକ୍ରାନ୍ତରେ ଏସ୍ପି ସଂଜୀବ ଅରୋରାଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍ପିଙ୍କ ନିର୍ଦେଶକ୍ରମେ ଟାଉନ ଥାନା ପୁଲିସ୍ ଏକ ମାମଲା ରୁଜୁ କରିଛି। ଏହି ମାମଲାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଆବଶ୍ୟକ ହେଲେ ଭିଡିଓକୁ ଯାଂଚ ପାଇଁ ଫରେନ୍ସିକ୍ ଲାବରୋଟରିକୁ ପଠାଯିବ ବୋଲି ଏସ୍ପି ସଂଜୀବ ଅରୋରା ଗଣମାଧ୍ୟମକୁ କହିଛନ୍ତି। ସୋସିଆଲ ମିିଡ଼ିଆରେ ଘୁରି ବୁଲୁଥିବା ୨ ମିନିଟ୍ ୧୪ ସେକେଣ୍ଡର ଭିଡିଓ ପଶ୍ଚିମ ଓଡ଼ିଶାର କୌଣସି ଏକ ଜଂଗଲରେ ଘଟିଛି। ସମ୍ଭବତଃ ଜଂଗଲ ରାସ୍ତା ଦେଇ ଦୁଇ ଜଣ ଅଳ୍ପବୟସ୍କା ଯୁବତୀ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଯୁବତୀ ଦ୍ୱୟଙ୍କୁ ସଂପୂର୍ଣ୍ଣ ବିବସ୍ତ୍ର କରିଦିଆଯାଇଛି। ଦୁଇ ଅତ୍ୟାଚାରୀ ଯୁବକ ପୀଡ଼ିତାଦ୍ୱୟ ଓ ସେମାନଙ୍କ ପୁରୁଷବନ୍ଧୁଙ୍କୁ ଗାଳିଗୁଲଜ କରି ମାଡ଼ପିଟ କରୁଥିବା ବେଳେ ଅନ୍ୟ ଜଣେ ଯୁବକ ମୋବାଇଲ ଫୋନ୍ରେ ଏହାର ଭିଡିଓ ରେକର୍ଡିଂ କରୁଥିବା ଜଣାପଡ଼ିଛି। ଏହି ଘଟଣାଟି କେବେ ଓ କେଉଁଠାରେ ଘଟିଛି, ପୁଲିସ୍ ତାହା ଜାଣିବା ପାଇଁ ଚେଷ୍ଟା ଚଳାଇଛି।
ଭିଡିଓ ଭାଇରାଲ ମାମଲା: ପୁଲିସ୍ର ତନାଘନା, ଜିଲ୍ଲା ବାହାରକୁ ଗଲା ଟିମ୍
/sambad/media/post_attachments/wp-content/uploads/2018/01/police-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)