ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ବନ୍ଧୁକ ବୁଲାଇଲେ ଶିକ୍ଷକଙ୍କ ପୁଅ

ସମ୍ବଲପୁର: ଜମିବାଡ଼ିକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ବେଳେ ବୁଲିଲା ବନ୍ଧୁକ। ବନ୍ଧୁକ ବୁଲାଇଲେ ଜଣେ ଶିକ୍ଷକଙ୍କ ପୁଅ। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସମ୍ବଲପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।
ବୁର୍ଲା ଥାନା ପଞ୍ଚମୁଖୀ ଢାବା ନିକଟରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଆଉ ପ୍ରତିପକ୍ଷଙ୍କୁ ଭୟଭୀତ କରିବାକୁ ଏହି ଡବଲ ବ୍ୟାରେଲ ଗନ୍ ଧରି ଚାଲିଆସିଥିଲେ ଅବସରପ୍ରାପ୍ତ ପ୍ରଫେସରଙ୍କ ପୁଅ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର କେଶବ ପଣ୍ଡାଙ୍କ ପୁଅ ଏହି ବନ୍ଧୁକ ଧରିଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ଉଭୟ ଗୋଷ୍ଠୀ ଥାନାରେ ଏତଲା ଦେବା ପରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ବନ୍ଧୁକ ରଖିଥିବା ପ୍ରଫେସର କେଶବ ପଣ୍ଡାଙ୍କ ସହ ତାଙ୍କ ଦୁଇପୁଅ ଦୁର୍ଗେଶ ଓ ଦୀନେଶଙ୍କୁ ପୋଲିସ ଗିରଫ କରିଛି। ସେହିପରି ଅପର ଗୋଷ୍ଠୀର ବସନ୍ତ ନାୟକ ଓ ମଧୁ ସିଂହଙ୍କ ନାମରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗଣ୍ଡଗୋଳ ସ୍ଥଳରେ ବୁଲିଥିବା ବନ୍ଧୁକଟି ଅବସରପ୍ରାପ୍ତ ପ୍ରଫେସରଙ୍କର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର