ସମ୍ବଲପୁର: ଭିଜଲାନ୍ସ ଜାଲରେ ଗୋଛରା ରାଜସ୍ବ ନିରୀକ୍ଷକ। ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତହସିଲ୍ ଅନ୍ତର୍ଗତ ଗୋଛରା ରାଜସ୍ବ ନିରୀକ୍ଷକ ସତ୍ୟନାରାୟଣ କଉଡ଼ି ଜମି ମ୍ୟୁଟେସନ ଲାଗି ଜଣେ ଲୋକଙ୍କଠାରୁ ପାଞ୍ଚହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ। ନିକଟସ୍ଥ ଗୁରୁଆଁ ଗ୍ରାମର ଖତୁ କିସାନ ନିଜ ଜମିର ମ୍ୟୁଟେସନ ଲାଗି ଗୋଛରା ରାଜସ୍ବ ନିରୀକ୍ଷକ ସତ୍ୟନାରାୟଣଙ୍କ ପାଖକୁ ଯାଇଥିଲେ। ହେଲେ ସେ ଏହି କାମ ଲାଗି ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
/sambad/media/post_attachments/wp-content/uploads/2023/02/a3e98223-e0f2-4557-809b-3da7a6e8f482-1024x738.jpg)
ଏନେଇ ଖତୁ କିସାନ ସମ୍ବଲପୁର ଭିଜିଲାନ୍ସ ଅଫିସକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ, ଆଜି ଖତୁ କିସାନ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗୋଛରା ରାଜସ୍ବ ନିରୀକ୍ଷକ ସତ୍ୟନାରାୟଣ କଉଡ଼ିଙ୍କୁ ଧରିଥିଲେ ଏବଂ ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/ରାଜ.jpg)