ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜମନକିରା ରାଜସ୍ବ ନିରୀକ୍ଷକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଜମନକିରା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ ହୋଇଥିବାର ଖବର ମିଳିଛି। ରାଜସ୍ବ ନିରୀକ୍ଷକ ମନୋଜ କୁମାର ମହାନନ୍ଦଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜମନକିରା ପଞ୍ଚାୟତ ମହକୁମା ଚାହାବଗାନପଡ଼ାର ଦୁଃଖ ମିଞ୍ଜ ଓରଫ ଦୁଃଖ ଓରାମଙ୍କଠାରୁ ଜମି ଭାଗବଣ୍ଟା ପାଇଁ ରଙ୍ଗପ୍ରଲେପ ଦିଆ ୯ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଲେ।

ସମ୍ବନ୍ଧିତ ଖବର