ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀ ମିନାରାଣୀ ମଙ୍ଗଳଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ନିକଟରେ ଜାଲ୍‌ ଜାତି ପ୍ରମାଣପତ୍ର ଦେଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଯାହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହି ଚର୍ଚ୍ଚା ନ ଥମୁଣୁ ଏବେ ତାଙ୍କ ନାଁରେ ୱାରେଣ୍ଟ  ଜାରି ହୋଇଛି।

Advertisment

ଗତ ମେ ୧୫ ତାରିଖ ଦିନ ଏକ ମାମଲାରେ ଓଡ଼ିଶା ମାନବାଧିକାର ଆୟୋଗ ପକ୍ଷରୁ ମିନାରାଣୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ହାଜର ହୋଇ ନଥିଲେ। ସେହି କାରଣରୁ ତାଙ୍କ ବିରୋଧରେ ସମ୍ବଲପୁର ଏସ୍‌ପିଙ୍କ ମାଧ୍ୟମରେ ୨୦ହଜାର ଟଙ୍କାର ଜାମିନଯୁକ୍ତ ଜମାନତ ଜାରି କରାଯାଇଛି। ତା ସହିତ ଆସନ୍ତା ଅକ୍ଟୋବର ୧୦ ତାରିଖ ଦିନ ଓଡ଼ିଶା ମାନବାଧିକାର ଆୟୋଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତା ସହିତ କାହିଁକି ପୂର୍ବ ତାରିଖରେ ସେ ହାଜର ହେଲେ ନାହିଁ, ତା ଉପରେ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଛି।