ହୀରାକୁଦରୁ ପାଣି ଚୋରି ଉଦ୍ୟମ

water supply icoh

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରରୁ ପାଣି ଚୋରି ଉଦ୍ୟମ ମାମଲାରେ ରେଂଗାଲି ପୁଲିସ୍‌ ଶ୍ୟାମ ମେଟାଲିକ୍ସକୁ ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଅଳ୍ପ କିଛି ମାସ ତଳେ ଚାକିରିରେ ଯୋଗ ଦେଇଥିବା ଜଣେ ଅଧସ୍ତନ ଅଧିକାରୀଙ୍କୁ ଗିରଫ କରିଥିବା ବେଳେ ବଡ଼ବଡ଼ିଆଙ୍କୁ ପୁଲିସ ଛାଡ଼ି ଦେଇଛି। ରେଂଗାଲି ବ୍ଲକ ଥୁଣ୍ଟି କତରବଗା ଗାଁଠାରୁ ୩ କିଲୋମିଟର ଦୂରରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଶ୍ୟାମ ମେଟାଲିକ୍ସର ଇନ୍‌ଟେକ୍‌ େଓ୍ଵଲ୍‌ ରହିଛି। କାରଖାନାରୁ ଇନ୍‌ଟେକ େଓ୍ଵଲର ଦୂରତା ପାଖାପାଖି ୧୦ କିଲୋମିଟର ହେବ। ଶ୍ୟାମ ମେଟାଲିକ୍ସ କଂପାନି କିନ୍ତୁ ଜଳଭଣ୍ଡାରର ନିଷିଦ୍ଧାଂଚଳରେ କେବୁଲ ପୋତି ବିଦ୍ୟୁତ ସଂଯୋଗ ନେଇଛି।

ବିଧିବଦ୍ଧ (ରାଇଟ୍‌ ଅଫ୍‌ େଓ୍ଵ)ଭାବେ ଅନୁମତି ନେବାକୁ ହେଲେ ଜଳଭଣ୍ଡାରର ୬୩୦ ଫୁଟ୍‌ ସ୍ତର ବାହାରେ କେବୁଲ ପୋତିବା କଥା। କିନ୍ତୁ କଂପାନି ତାହା ନକରି ନିଜ ଖର୍ଚ ବଞ୍ଚାଇବା ପାଇଁ ସରକାରୀ ନିର୍ଦେଶକୁ ବି ମାନୁ ନାହିଁ। ଚାପ ପଡ଼ିବା ପରେ ରାଇଟ୍‌ ଅଫ୍‌ େଓ୍ଵ ନେବା ପାଇଁ ଆବେଦନ କରିଛି। ମାତ୍ର ଫାଇଲ ଚାଷ ମଧ୍ୟରେ ତାହା ସୀମିତ ରହିଛି। ହୀରାକୁଦ ବନ୍ଧ କର୍ତୃପକ୍ଷ ପରୋକ୍ଷରେ କଂପାନିକୁ ସହାୟତା ଯୋଗାଇ ଦେଉଥିଲା। ସମ୍ଭବତଃ ଏଥିପାଇଁ ଶ୍ୟାମ ମେଟାଲିକ୍ସ ହୀରାକୁଦ ଜଳଭଣ୍ଡାରର ନିଷିଦ୍ଧାଂଚଳରେ ପଣ୍ଡଲୋଇ ପାର୍ଶ୍ୱରେ ଜେସିିବି ମେସିନ ପାଣି ଚୋରି ିକରିବା ପାଇଁ ମାଟି ଖୋଳୁଥିଲା। ଗାଁ ଲୋକେ ପ୍ରତିବାଦ କରିବା ପରେ ମଧ୍ୟ ମାନି କଂପାନି ନମାନିବାରୁ ଲୋକେ ଜଳ ସଂପଦ ବିଭାଗର ପ୍ରମୁଖ ସଚିବଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ହୀରାକୁଦ ବନ୍ଧ କର୍ତୃପକ୍ଷଙ୍କ ଅଧିକାରୀମାନଙ୍କ ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ଘଟଣା ସଂକ୍ରାନ୍ତରେ ୨୧ ଅପ୍ରେଲ ଦିନ ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ଶ୍ୟାମ ମେଟାଲିକ୍ସ କଂପାନି ବିରୋଧରେ ରେଂଗାଲି ଥାନାରେ ଲିଖିତ ଏତଲା ଦେଇଥିଲେ। ରେଂଗାଲି ପୁଲିସ୍‌ ଅଭିଯୋଗ ପାଇବା ପରେ ଶ୍ୟାମ ମେଟାଲିକ୍ସ ବିରୋଧରେ ଆଇପିସିର ୪୪୭/୪୩୦ ଦଫାରେ କେସ୍‌ ନମ୍ବର ୬୯/୧୮ ରୁଜୁ କରିଥିଲେ। ଆଉ ୨୨ ତାରିଖ ଦିନ ଶ୍ୟାମ ମେଟାଲିକ୍ସର ମ୍ୟାନେଜର(ପି ଆଣ୍ଡ ଏ) ଶରତ କୁମାର(୪୬)ଙ୍କୁ ଗିରଫ କରିଥିଲେ। ହେଲେ ଏହି ମାମଲାରେ ରେଂଗାଲି ପୁଲିସ ଅନ୍ୟ ଅଧିକାରୀମାନଙ୍କୁ ଗିରଫ କରି ନାହିଁ। ଶରତ କୁମାରଙ୍କ ଅଧୀନରେ ଆହୁରି କେତେକ ବଡ଼ ଅଧିକାରୀ ରହିଛନ୍ତି। ତେଣୁ ସେ ନିଜ ମନରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଚୋରି କରିବା ଭଳି ନିଷ୍ପତ୍ତି ନେଇ ନଥିବେ। ପୁଲିସ୍‌ ବଡ଼ ଅଧିକାରୀଙ୍କୁ ସୁରକ୍ଷା ଦେଉଛି। ସେମାନେ ନିୟମିତ କଂପାନିକୁ ଆସୁଥିଲେହେଁ ସେମାନଙ୍କୁ ଗିରଫ କରାଯାଇ ନାହିଁ।

ପୁଲିସ୍‌ ମଦ ୩/୪ ପାଉଚ ସହ ଧରାପଡ଼ୁଥିବା ଲୋକଙ୍କ ଫଟୋ ଉଠାଇ ଗଣମାଧ୍ୟମର ସୂଚନା ପାଇଁ ଦେଇଥାଏ। ହେଲେ ସମ୍ଭବତଃ କଂପାନିର ଚାପ ଯୋଗୁଁ ରେଂଗାଲି ପୁଲିସ କଂପାନି ଅଧିକାରୀଙ୍କୁ ଫଟୋ ଉପଲବ୍‌ଧ କରାଇନଥିଲା। ନିର୍ବାହୀ ଯନ୍ତ୍ର ଭଳି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଥାନାରେ ଏତଲା ଦେଇଥିବା ବେଳେ ତାଙ୍କ ଅଭିଯୋଗକୁ ବି ରେଂଗାଲି ଥାନା ପୁଲିସ ଅତହାଳୁକା ନେଉଛି। ଏଥିରୁ ପୁଲିସ୍‌ରୁ କଂପାନି ପ୍ରୀତି କେତେ ରହିଛି, ତାହା ସ୍ପଷ୍ଟ ଅନୁମାନ କରାଯାଇପାରେ।

ସମ୍ବନ୍ଧିତ ଖବର