ନାବାଳିକାକୁ ଅପହରଣ, ମହିଳା ଗିରଫ

ରେଂଗାଲି : ସମ୍ବଲପୁର ରେଂଗାଲି ଥାନା ନିଶାନଭଂଗା ଗାଁର ଜଣେ ନାବାଳିକାକୁ ପ୍ରଲୋଭିତ କରି ଅପହରଣ କରି ନେଉଥିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ସଂପୃକ୍ତ ମହିଳା ରାଜଗଡ଼ ପଦମପୁରର ହୀରା ପୃଷ୍ଟି ରେଂଗାଲି ଭାରତ ଫାଇନାନ୍‌ସ କଂପାନି ମ୍ୟାନେଜର ଭାବେ କାମ କରୁଥିଲେ। କିଛି ଦିନ ତଳେ ସେ ଉକ୍ତ ୧୨ ବର୍ଷର ନାବାଳିକାକୁ ଏକ ମୋବାଇଲ ଫୋନ ଦେଇଥିଲେ।  ଗତ ୫ ତାରିଖରେ ରେଂଗାଲି ଗଣେଶ ନଗରକୁ ଆସିବାକୁ ଫୋନ୍‌ ମାଧ୍ୟମରେ କହିଥିଲେ। ନାବାଳିକା ଜଣକ ଘଟଣାସ୍ଥଳକୁ ଆସିଲା ପରେ ତାଙ୍କ କିଛି ସଂପର୍କୀୟ ଦେଖିଥିଲେ ଏବଂ ପଚରାଉଚରା କରିଥିଲେ। ଫଳରେ ମହିଳା ଜଣକ ଚମ୍ପଟ ମାରିଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର