ପାଓ୍ଵାର୍‌ ଟିଲର୍‌ରେ ଫଶି ମହିଳା ମୃତ

କୁଚିଣ୍ଡା: ମହୁଲପାଲି ଥାନା କୁସୁମୀ ନିକଟସ୍ଥ ପଣ୍ଡିଆଢିପା ଗାଁରେ ଜଣେ ମହିଳା ଶ୍ରମିକ ଧାନ ସଫା କରୁଥିବା ବେଳେ ପାଓ୍ଵାର୍‌ ଟିଲର୍‌ରେ ଫଶିଯିବାରୁ ତାଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନାନୁସାରେ ଗାଁର ବୈଦେହୀ ସାହୁ ଶୁକ୍ରବାର ନିଜ ଜମିରୁ ସଂଗୃହୀତ ଧାନରୁ ଅଗାଡ଼ି ବାହାର କରୁଥିଲେ। ପାଓ୍ଵାର୍‌ ଟିଲର୍‌ରେ ସେ ଧାନ ସଫା କରୁଥିବା ବେଳେ ଅସାବଧାନତା ଯୋଗୁଁ ସେଥିରେ ତାଙ୍କ ପିନ୍ଧା କପଡ଼ା ଲାଗିଯିବାରୁ ଫଶି ଯାଇ ଗୁରୁତର ଆହତ ହୋଇଥିଲେ। କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏ ନେଇ ମହୁଲପାଲି ଥାନାକୁ ସୂଚନା ଦେବା ପରେ ପୁଲିସ୍‌ ପହଞ୍ଚି ଶବ ଜବତ କରି କୁଚିଣ୍ଡା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତୁରନ୍ତ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର