ରେଢ଼ାଖୋଲ: ଝିଅର ପାଠପଢ଼ା ପାଇଁ ଆବଶ୍ୟକ କାଗଜପତ୍ର ଦସ୍ତଖତ ପାଇଁ ଯାଉଥିବା ରାସ୍ତାରେ ମା’ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।  ରେଢ଼ାଖୋଲ -ଅନୁଗୁଳ ରାଜପଥରେ ବେତଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଖର୍ସାଲି ଗ୍ରାମର ଯମୁନା ମୁଣ୍ଡା (୫୨)। ଏଣେ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।