ମହିଳାଙ୍କୁ ନାବାଳକଙ୍କ ଦୁର୍ବ୍ୟବହାର ଅଭିଯୋଗ

ସମ୍ବଲପୁର,: ବୁର୍ଲା ଥାନା ବଡ଼ସିଂହାରୀ ଗ୍ରାମର ଜଣେ ନବ ବିବାହିତା ଗୁରୁବାର ସନ୍ଧ୍ୟାରେ କେନ୍ଦୁପତ୍ର ତୋଳି ଘରକୁ ଫେରୁଥିବା ବେଳେ ଗ୍ରାମର ଜଣେ ନାବାଳକ ତାଙ୍କୁ ଅଟକାଇ ପ୍ରଥମେ ପ୍ରେମ ନିବେଦନ କରିଥିଲେ।ଏହାକୁ ମହିଳାଜଣଙ୍କ ବିରୋଧ କରିବାରେ ନାବାଳକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମଧ୍ୟ ମାରିଥିଲେ। ଏନେଇ ଶୁକ୍ରବାର ମହିଳାଙ୍କ ପରିବାରଲୋକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର