ସମ୍ବଲପୁର: ମଉକା ଦେଖି ମହିଳାଙ୍କୁ ଲୁଟୁଥିଲେ ମହିଳା | ମହିଳାଙ୍କ ଭିଡ଼ ଦେଖି ଗାୟବ କରୁଥିଲେ ସୁନା ଚେନ |୬ ଜଣିଆ ଅନ୍ତଃରାଜ୍ୟ ଛିନତାଇ ଦଳକୁ ଧରିଲା ସମ୍ବଲପୁର ପୁଲିସ | ମିଳିଥିବା ସୂଚନା ମୁତାବକ ଭିଡ଼ ସମୟରେ ସମଲେଶ୍ୱରୀ ମନ୍ଦିରରେ ମହିଳାମାନଙ୍କୁ ଟାର୍ଗେଟ କରି ସୁନା ଗହଣା ଲୁଟୁଥିବା ଅନ୍ତଃରାଜ୍ୟ ଛିନତାଇ ଦଳକୁ ପୁଲିସ ଧରିଛି |
ସମସ୍ତ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବାବେଳେ ୫୦ ଗ୍ରାମ ସୁନା, ୬୨ ହଜାର ନଗଦ ଟଙ୍କା, ୩ଟି ମୋବାଇଲ ଫୋନ, ଶହେରୁ ଅଧିକ ରିଙ୍ଗ ଷ୍ଟୋନ ଜବତ କରାଯାଇଛି | ବାଲିଯାତ୍ରା, ଧନୁଯାତ୍ରା, ମାଘମେଳାରେ ଏହି ଗ୍ରୁପ ସକ୍ରିୟ ଥିବାବେଳେ ୧୨ ବର୍ଷ ହେଲା ବିଭିନ୍ନ ରାଜ୍ୟରେ ଚେନ ଲୁଟୁଥିଲେ | ଏମାନଙ୍କୁ ପୁଲିସ ଧରିଥିବାବେଳେ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/05/cf-2026-03-05-12-14-28.jpeg)