ସମ୍ବଲପୁର: ଟ୍ରେନ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର-ତାଳଚେର ରେଳପଥର ଯୁଯୁମୁରା ଲେବେଲ କ୍ରସିଂ ନିକଟରେ ଶୁକ୍ରବାର ଜଣେ ମହିଳା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ ହେଉଛନ୍ତି, ଯୁଯୁମୁରା ଥାନା ଅନ୍ତଗର୍ତ ଲିପିଣ୍ଡା ଗ୍ରାମପଞ୍ଚାୟତର ସିଂହପାଲି ଗ୍ରାମର ରତନ ପ୍ରଧାନଙ୍କ ଝିଅ ସୁବାସିନୀ ପ୍ରଧାନ(୩୬)। ସୂଚନା ମିଳିବା ପରେ ରେଲେଓ୍ଵ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ସେହିଭଳି ସୁବାସିନୀ କାହିଁକି ଆତ୍ମହତ୍ୟା କରିଛନ୍ତି, ସେ ନେଇ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର