ଟ୍ୟାଙ୍କର ଧକ୍କାରେ ଯୁବକ ମୃତ

ସମ୍ବଲପୁର: ସଦର ଥାନା ଅଧୀନ ସିନ୍ଦୂରପଙ୍କ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଧନୁପାଲି ଥାନା ଅଧୀନ କୁମ୍ଭାରପଡାର ସୁବ୍ରତ କୁମାର ଦାସ (୩୨) ବୋଲି ଜଣାପଡିଛି। ସେ ଏକ କୁକୁଡ଼ା ଗୋଦାମରେ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ।

ମଙ୍ଗଳବାର ସକାଳେ ସେ ଏକ ବାଇକ୍ (ଓଡି ୧୫ ଟି ୦୩୨୫) ଯୋଗେ କେନଘାଟି ସ୍ଥିତ ଏକ କୁକୁଡ଼ା ଫାର୍ମକୁ ଯାଉଥିଲେ। ସକାଳ ୧୧ ଟା ସମୟରେ ସିନ୍ଦୁରପଙ୍କ ସ୍ଥିତ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଟ୍ୟାଙ୍କର(ଡିଏନ୍ ୦୯ ଏଚ୍ ୯୮୫୩) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡି ଯାଇଥିଲେ। ଟ୍ୟାଙ୍କରର ପଛ ଚକା ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁବ୍ରତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରକ ଓ ଟ୍ରକ ଚାଳକକୁ ପୁଲିସ ଅଟକ ରଖିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର