ବାମରା: ବାମରା ସୀମାବର୍ତ୍ତୀ ଲଇକେରା ବ୍ଲକ ସୁଡୁଙ୍ଗ ମୁଣ୍ଡେରବାହାଲ ଗ୍ରାମର ସୁରେଶ କିସାନ (୩୦)ଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସୁରେଶ ରବିବାର ପୂର୍ବାହ୍ନରେ ନିକଟସ୍ଥ କେନାଲକୁ ମାଛ ଧରିବାକୁ ଯାଇଥିଲେ। ସେ ଘରକୁ ନ ଫେରିବାରୁ ଘର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ କେନାଲରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା।

Advertisment

ଖବର ପାଇ ସାହାସପୁର ଫାଣ୍ଡି ଅଧିକାରୀ ଶିବ ରଣବିଡ଼ା ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏ ନେଇ ଲଇକେରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ସନ୍ଧ୍ୟାରେ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।