ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର: ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଅତାବିରା ଅଞ୍ଚଳର ଶ୍ରୀନୁ ବୋଲି ସମ୍ବଲପୁର ଜିଆର୍‌ପି ପୁଲିସ ପକ୍ଷରୁ କହାଯାଇଛି। ରବିବାର ସକାଳେ ବରଗଡ଼ ରେଳ ଷ୍ଟେସନ୍‌ ନିକଟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ପାଇ ସମ୍ବଲପୁର ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧିତ ଖବର