ଯୁଯୁମୁରା: ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ମାରୱାଡ଼ିବନ୍ଧ ରେଳୱେ ଅଣ୍ଡରପାସରେ ଜମିଥିବା ପାଣିରେ ବୁଡ଼ି ଝାଙ୍କରପାଲି ପଞ୍ଚାୟତ ଠରଲି ଗ୍ରାମର ଭ୍ରମର ଭୁଏ (୪୭)ଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର କ୍ଷୋଭ ପ୍ରକାଶ ହୋଇଛି। ସନ୍ଧ୍ୟା ସମୟରେ ସାଇକଲରେ ଫେରୁଥିବା ବେଳେ ଭ୍ରମର ଅଣ୍ଡରପାସରେ ପ୍ରବେଶ କରିଥିଲେ। ସେଥିରେ ଥିବା ଗଭୀର ପାଣିରେ ବୁଡ଼ି ଯାଇ ସେ ପ୍ରାଣ ହରାଇଥିଲେ।
ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି, ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।। ସ୍ଥାନୀୟ ଲୋକେ କହିଛନ୍ତି, ଅଣ୍ଡରପାସରେ ଯଥାପ୍ରକାର ଜଳନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତିଥର ବର୍ଷାରେ ଏହି ସମସ୍ୟା ହେଉଛି। ଏବେ ପ୍ରାଣହାନି ପରେ ରେଳୱେ କତୃପକ୍ଷଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ।
Sambalpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/05/dead-2025-07-05-21-11-45.jpg)