ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ପଞ୍ଚାୟତ ଗରଗଡ଼ବାହାଲସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ପରିସରରେ ଥିବା ଏକ ମହୁଲ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ମୃତକ ହେଲେ ସୁଦର୍ଶନ ରଣା (୫୩)।
ସୂଚନା ଅନୁସାରେ କଂସର ପଞ୍ଚାୟତ ଗରଗଡ଼ବାହାଲସ୍ଥିତ ଆନନ୍ଦ ମାର୍ଗ ଆଶ୍ରମରେ ସୁଦର୍ଶନ ୨୦୨୧ ଜୁନ ମାସରୁ ରହୁଥିଲେ। ଆଶ୍ରମରେ ରହି ସେ ବିଭିନ୍ନ କାର୍ଯ୍ୟ କରୁଥିଲେ। ଆଜି ସୁଦର୍ଶନଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଯୁଯୁମୁରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ପଠାଇଛି । ଖବର ପାଇ ସୁଦର୍ଶନଙ୍କ ବଡ଼ଭାଇ, ସମ୍ପର୍କୀୟ ଭାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ ଶବ ଗଛରୁ ଓହ୍ଲାହି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୁଇସାଇଡ ନୋଟ୍ ଜବତ କରିଛି।