ଭସାଣି ବେଳେ ଯୁବକକୁ ଗୋଡ଼େଇ ଗୋଡ଼ାଇ ମାରିଲେ

ସମ୍ବଲପୁର : ସମ୍ବଲପୁର ଅଇଁଠାପାଲି ରାସ୍ତାରେ ଚାଲିଥିଲା ଦଶହରା ପୂଜା ଭସାଣି ଶୋଭାଯାତ୍ରା। ଏଥି ପାଇଁ ଥିଲା ନାହିଁ ନଥିବା ଭିଡ଼। ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏ ସବୁ ମଧ୍ୟରେ ସଂଧ୍ୟା ସାଢ଼େ ୬ ସମୟ‌ରେ ବୁଢାରଜା କଲେଜ ସମ୍ମୁଖ ରାସ୍ତାରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ଯୁବକ ଜଣକ ହେଲେ କରମଟୁଲିର ବିଶାଲ ଖଡ଼ିଆ (୧୮)। ସେ ହୋଣ୍ଡା ସୋ ରୁମରେ କାମ କରୁଥିଲେ। ଦୁର୍ବୃତ୍ତମାନେ ତେବେ, କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ଏ ନେଇ ଟେର ପାଉନାହିଁ ପୁଲିସ। ଏହି ହତ୍ୟାକାଣ୍ଡ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ ବୋଲି କହିଛନ୍ତି ଏସଡିପିଓ ଭବାନୀ ଉଦଗାତା। ଘଟଣାସ୍ଥଳରୁ ଏକ ପେପର କଟର ଜବତ କରାଯାଇଛି।

ସମ୍ବନ୍ଧିତ ଖବର